ନୂଆପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଲୋୟର ଇନ୍ଦ୍ର ପ୍ରକଳ୍ପ ଲୋକାର୍ପିତ

ଜେ ବି ଏନ, ୧୧/୦୩ /୨୦୨୧, ନୂଆପଡ଼ା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡ଼ା ଜିଲ୍ଲା ରେ ବହୁପ୍ରତୀକ୍ଷିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନୂଆପଡ଼ା ଜିଲ୍ଲା ଗସ୍ତ ସମୟରେ ଏହି ଉଦଘାଟନ କରିଥିଲେ l ଏହି ପ୍ରକଳ୍ପ ଫଳରେ ନୂଆପଡ଼ା ଜିଲ୍ଲାର କୋମନା, ଖଡ଼ିଆଳ ଓ ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା, ମୁରିବାହାଲ ଓ ଟିଟିଲାଗଡ଼ ବ୍ଲକର ୨୦୦ ଟି ଗାଁର ୧,୮୦,୦୦୦ ଲୋକ ଉପକୃତ ହେବେ ବୋଲି କୁହାଯାଇଛି। ଏଥିସହ ଜିଲ୍ଲାରେ ୨୩୩୭.୧୫ କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପଣ କରିବା ସହ ୫୦.୨୯ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ବିଜୁବାବୁଙ୍କ ଦୃଷ୍ଟିରେ ଓଡ଼ିଶା ମା’ର ସବୁଠାରୁ ସାନ ପିଲା ନୂଆପଡ଼ାର ଏବେ ରୂପାନ୍ତର ହୋଇଛି। ସେ ଦୂରରେ ଥିଲେ ମଧ୍ୟ ନୂଆପଡ଼ା ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେଉଛନ୍ତି। ସ୍ବାଧୀନତା ସଂଗ୍ରାମରେ ନୂଆପଡ଼ା ଭେଲା ଗ୍ରାମର ମହିଳାମାନଙ୍କ ଅବଦାନକୁ ମନେ ପକାଇ ମୁଖ୍ୟମନ୍ତ୍ରୀ ଏଠାରେ ଏକ ସ୍ବାଧୀନତା ସଂଗ୍ରାମୀ ସ୍ମାରକୀ ହେବ ବୋଲି ଘୋଷଣା କରିଛନ୍ତି।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-17.jpg)
