୨ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ରାୟଗଡା ପୋଲିସ ନିକଟରେ ଆତ୍ମସମର୍ପଣ

ଜେ ବି ଏନ, ୨୫/୦୩/୨୦୨୧, ରାୟଗଡ଼ା : ବୁଧବାର ରାୟଗଡ଼ା ପୋଲିସ ନିକଟରେ ୨ ଦୁର୍ଦ୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସୂଚନା ମୁତାବକ ସେମାନେ ହେଲେ ମଙ୍କୁ ଓୟାମ୍ ଓରଫ ଜୟରାମ ଏବଂ ଲାଛୁ ମାଡ଼କାମ ଓରଫ ବିଶ୍ୱନାଥ। ମଙ୍କୁଙ୍କ ଘର ଛତିଶଗଡ଼ର ବିଜାପୁର ଜିଲା କାରେମାର୍କା ଗ୍ରାମରେ। ସେହିପରି ଲାଛୁଙ୍କ ଘର ଆଡ଼ିସମେଟ ଗ୍ରାମରେ। ଦୁହେଁ ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଜିଲାରେ ମାଓବାଦୀ କାର୍ଯ୍ୟକଳାପରେ ସକ୍ରିୟ ଥିଲେ। ମଙ୍କୁ ରାୟଗଡ଼ା ଓ କଳାହାଣ୍ଡି ଜିଲାର ୫ ହିଂସାକାଣ୍ଡ ଏବଂ ଲାଛୁ ୮ ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ଏସ୍ପି କହିଛନ୍ତି।
ପ୍ରକାଶ ଥାଉକି ମଙ୍କୁ ସିପିଆଇ(ମାଓବାଦୀ) ମାନିପୁର-ନୂଆପଡ଼ା ଡିଭିଜନର ସୁନାବେଡ଼ା ଏରିଆ କମିଟି ସଦସ୍ୟ ଥିଲେ। ୨୦୧୧ରେ ସେ ସଙ୍ଗଠନର ସଦସ୍ୟଭାବେ ସାମିଲ ହୋଇଥିଲେ। ସେହିପରି ଲାଛୁ କନ୍ଧମାଳ-କଳାହାଣ୍ଡି-ବୌଦ୍ଧ-ନୟାଗଡ଼(କେକେବିଏନ୍) ଡିଭିଜନ ରାହୁଲା କମିଟି ସଦସ୍ୟଭାବେ ୨୦୧୫ରେ ଯୋଗ ଦେଇଥିଲେ। ପରେ ସେ କେକେବିଏନ୍ ଏବଂ ବିଜିଏନ୍ ଡିଭିଜନର ବିଭିନ୍ନ ଏରିଆ କମିଟିରେ କାମ କରୁଥିଲେ। ମାଓବାଦୀ ସଙ୍ଗଠନରେ ବଢୁଥିବା ଅତ୍ୟାଚାର, ଖାଦ୍ୟ ଅଭାବ ଏବଂ ପୋଲିସର କୋମ୍ବିଂ ଅପରେଶନ ଯୋଗୁ ସଙ୍ଗଠନ ଛାଡ଼ିଥିବା ଦୁହେଁ ରାୟଗଡ଼ା ଏସ୍ପି ବିବେକାନନ୍ଦ ଶର୍ମାଙ୍କ ନିକଟରେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଲାଛୁଙ୍କ ନାମରେ ୧ ଲକ୍ଷ ଟଙ୍କା ଏବଂ ମଙ୍କୁଙ୍କ ନାମରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ହିଂସାର ରାସ୍ତା ଛାଡ଼ି ମୁଖ୍ୟସ୍ରୋତକୁ ଫେରିଥିବାରୁ ଥଇଥାନର ବ୍ୟବସ୍ଥା କରାଯିବ ବୋଲି ଏସ୍ପି କହିଛନ୍ତି।





![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)