
କୃଷି ବିରୋଧୀ ନୀତିକୁ ବିରୋଧ : ଚକା ଜାମ୍ କଲେ ସି ପି ଆଇ (ଏମ)
ଜେ ବି ଏନ, ୮/୧୨/୨୦୨୦, (ରିପୋର୍ଟ, ରୂପକ ମହାନ୍ତି) ବ୍ରହ୍ମପୁର : ଆଜି କେନ୍ଦ୍ର ମହାନଗର ରେ ବିଭିନ୍ନ
ରାଜନୈତିକ ଦଳ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା l ଏହି ପ୍ରତିବାଦ ଅବସରରେ ସରକାରଙ୍କ କୃଷି ନୀତି କୁ ବିରୋଧ କରି ଆଜି ଭାରତ ବନ୍ଦ କୁ ବରହମପୁର ଠାରେ ବିଭିନ୍ନ କୃଷକ ସଂଗଠନ , କଂଗ୍ରେସ, ସିପିଆଇ(ଏମ୍) ପାର୍ଟି ତରଫ ରୁ ପିକେଟିଂ କରି ଅନ୍ନପୂର୍ଣ୍ଣା ମାର୍କେଟ,ନୂଆ ବସଷ୍ଟାଣ୍ଡ, ରେଲୱେ ଷ୍ଟେସନ ବିଭିନ୍ନ ସ୍ଥାନ ବୁଲି ଦୋକାନ ବଜାର ବନ୍ଦ କରିବା ସହ ଚକା ବନ୍ଦ କରିଥିଲେେ। ସହରର ମୁଖ୍ୟ ମାର୍କେଟ ଅର୍ଣ୍ଣପୂର୍ଣ୍ଣା ମାର୍କେଟ,ବଡ଼ ବଜାର ,ସାନ ବୋଜାର ସମ୍ପୂର୍ଣ୍ଣ ବନ୍ଦ ରହିଥିଲା।




