
ବୌଦ୍ଧ ଜିଲ୍ଲା ଶିକ୍ଷା ବିଭାଗରେ ପରିବର୍ତ୍ତନ, ଶିକ୍ଷକମାନଙ୍କ ସ୍ଥିତି ମାଗିଲେ ଶିକ୍ଷା ବିଭାଗ
ଜେ. ବି. ଏନ୍ (୧୦/୧୨ /୨୦୨୦)
ବୌଦ୍ଧ : ବୌଦ୍ଧ ଜିଲ୍ଲା ଶିକ୍ଷା ବିଭାଗରେ ଗତ ଦୁଇମାସ ଭିତରେ ପରିବର୍ତ୍ତନ ଦେଖାଦେଇଥିବା ବେଳେ ଗତ ତା. ୦୪.୧୨.୨୦ରିଖ ଚିଠି ନଂ ୨୬୧୧୮ରେ ପ୍ରାଥମିକ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ଜିଲ୍ଲା ଶିକ୍ଷା ବିଭାଗର କିରାଣୀମାନଙ୍କ ବଦଳି ତାଲିକା ପ୍ରକାଶ ପାଇଥିବା ଜଣାପଡିଛି। ବୌଦ୍ଧ ଜିଲ୍ଲାରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମେତ ଗୋଷ୍ଠି ଶିକ୍ଷାଧିକାରୀ ଓ ହାଇସ୍କୁଲରେ କାର୍ଯ୍ୟରତ କିରାଣୀମାନଙ୍କୁ ବଦଳି କରାଯାଇଛି। ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ କିରାଣୀ ଦିଲ୍ଲିପ କୁମାର ମେହେରଙ୍କ ବଦଳି ତାଲିକାରେ ପ୍ରକାଶ ପାଇ ନ ଥରବାରୁ କିରାଣୀମାନଙ୍କ ମଧ୍ୟରେ ଚର୍ଚ୍ଚାର ପରିସରକୁ ଆସିଛି। ଶ୍ରୀ ମେହେର ଦୀର୍ଘ ୭ବର୍ଷରୁ ଊର୍ଦ୍ଧ୍ବ ରହିଥିବା ବେଳେ ତାଙ୍କୁ ବଦଳି କରାଯାଇ ନାହିଁ। ସେ ୨୦୧୩ ମସିହାରି ଜିଲ୍ଲା କାର୍ଯ୍ୟାଳୟରେ କନିଷ୍ଠ କିରାଣୀରେ ଯୋଗଦାନ କରିଥିବା ବେଳେ ସେଠାରେ ପଦୋନ୍ନତି ପାଇ ବରିଷ୍ଠ କିରାଣୀ ୨୦୧୪ ମସିହାରେ , ୨୦୨୦ ମସିହାରେ ହେଡ୍କ୍ଲର୍କ ହୋଇଥିବା ଜଣାପଡିଛି। ଦୀର୍ଘ ୭ବର୍ଷ ୪ମାସ କାର୍ଯ୍ୟ କରିଥିବା ବେଳେ ବର୍ତମାନ ବଦଳି ତାଲିକାରେ ୬ବର୍ଷରୁ ଊର୍ଦ୍ଧ୍ବ କାର୍ଯ୍ୟରତ କିରାଣୀମାନଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ରାଜ୍ୟ ଶିକ୍ଷା ନିର୍ଦ୍ଦେଶକଙ୍କୁ ଅଭିଯୋଗ କରାଯାଇଥିବା ବିଶେଷ ସୂତ୍ରରୁ ଜଣାପଡିଛି।
ଗତମାସରେ ଶିକ୍ଷକମାନଙ୍କ ପଦୋନ୍ନତି ହେବାପରେ ୨ଶହରୁ ଊର୍ଦ୍ଧ୍ବ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡିବା ପରେ ଏବଂ ଲେବେଲ ୪ ପଦବୀରେ ପ୍ରଧାନ ଶିକ୍ଷକ ୨୩୭ ପଦବୀ ଖାଲି ରହିଥିବା ବେଳେ ବିଜ୍ଞାନ ବିଭାଗରେ ୨୮୧ ଓ କଳାବିଭାଗରେ ମଧ୍ୟ ୨୮୧ ପଦବୀ ଖାଲିଥିବା ଜଣାପଡିଛି। ୨୩୭ ୨୮୪ ଶୂନଥରବା ଖବର ପ୍ରକାଶ ପାଇବା ପରେ ରାଜ୍ୟ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପତ୍ରସଂଖ୍ୟା ୨୨୭୬୭ ତା. ୦୩.୧୨.୨୦ ରିଖରେ ବୌଦ୍ଧଜିଲ୍ଲା ଶିକ୍ଷାବିଭାଗକୁ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ସ୍ଥିତାବସ୍ଥା ସଂପର୍କରେ ଆସନ୍ତା ୭ ଦିନ ମଧ୍ୟରେ ତାଲିକା ଦେବାପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଜିଲ୍ଲାରେ ଖାଲିଥିବା ପଦୋନ୍ନତି ପଦବୀକୁ ତୁରନ୍ତ ପୁରଣ କରିବା ପାଇଁ ଜିଲ୍ଲା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ସଂଘ ପକ୍ଷରୁ ଦାବୀ କରାଯାଇଛି।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-scaled.jpg)
