ବରିଷ୍ଠ ନାଗରିକ ସଂଘର ମିତ୍ର ସଙ୍ଗମ ଆସର କାର୍ଯ୍ୟକ୍ରମ ବାଲିଗୁଡା, ତା, ୨୫/୦୧:(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଗାୟତ୍ରୀ ଶକ୍ତି ପୀଠରେ ବରିଷ୍ଠ ନାଗରିକ ସଂଘ ତରଫରୁ ଏକ ମିତ୍ର ସଙ୍ଗମ ଆସର କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆଇଟିଡିଏର ପ୍ରକଳ୍ପ ଅଧିକାରୀ କୃପାସିନ୍ଧୁ ବେହେରା, ମୁଖ୍ୟବକ୍ତା ଭାବେ ଉପଖଣ୍ଡ ସମାଜ ସୁରକ୍ଷା ଅଧିକାରୀ ଶ୍ରୀମତୀ ମମିତା କୁମାରୀ ପ୍ରଧାନ, ସମ୍ମାନିତ ଅତିଥି ଭାବେ ବାଲିଗୁଡା ଥାନା ଅଧିକାରୀ ଶିବ ରଞ୍ଜନ ସିଂହ ପ୍ରମୁଖ ଉପସ୍ଥିତ ରହି ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ଦୀପ ଧୂପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ...






