
ଲାଇଭଲି ହୁଡ୍ସ ଅଲଟରନେଟିଭ୍ସ ନେତୃତ୍ୱରେ କୃଷି ଉତ୍ପାଦକ ସଂଗଠନ(ଏଫପିଓ) ଉଦ୍ୟମରେ ଗୁଜରାଟ ଗସ୍ତ କରୁଥିବା ଓଡ଼ିଶାର ଚିନାବାଦାମ ଚାଷୀମାନେ ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଫଳ ଗୁଜରାଟ ମଡେଲକୁ ଦେଖିଲେ ଅଧିକ କୁଶଳୀ ହେବେ । ଓଡ଼ିଶାର ଚିନାବାଦାମ ଚାଷୀଙ୍କ ପାଇଁ ବିଭିନ୍ନ ସୁଯୋଗ ସୃଷ୍ଟି କରିବା ଦିଗରେ ଏହି ଯାତ୍ରା ବେଶ୍ ସହାୟକ ହେବବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶନିବାର ଭୁବନେଶ୍ୱର ସୋଆ କ୍ୟାମ୍ପସ ଠାରେ ଲାଇଭଲି ହୁଡ୍ସ ଓଡ଼ିଶା ଚିନାବାଦାମ କୃଷକଙ୍କ ଚାଷ ସମ୍ବନ୍ଧୀୟ ଗୁଜରାଟ ପରିଦର୍ଶନର ଉଦବୋଧନ ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀ...















