ମହାରାଷ୍ଟ୍ର ରାଜନୀତିରେ ଭୂକମ୍ପ: ଦିଶା ସାଲିଆନ୍ ମୃତ୍ୟୁ ମାମଲାରେ ସିବିଆଇ (CBI) ତଦନ୍ତ, ସାମ୍ନାକୁ ଆସିଲା ଆଦିତ୍ୟ ଠାକରେ ଓ ବଲିଉଡ୍ ଲିଙ୍କ୍ ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନ୍ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ଏବେ ମହାରାଷ୍ଟ୍ର ରାଜନୀତି ଏବଂ ବଲିଉଡ୍ରେ ପୁଣି ଥରେ ହଇଚଇ ସୃଷ୍ଟି କରିଛି। ବମ୍ବେ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ପରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI) ମାମଲାକୁ ହାତକୁ ନେଇ ଆନୁଷ୍ଠାନିକ ଭାବେ ଏତଲା (FIR) ରୁଜୁ କରିବା ସହ ଘନଘନ ତଦନ୍ତ ଆରମ୍ଭ କରିଛି। ଏହି ମାମଲାରେ ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେ, ଅଭିନେତା ଡିନୋ...



