ଭଟଲି ବ୍ଲକ କୁଲତା ସମାଜର ମେଧାବୀ ସମ୍ବଦ୍ଧନା କାର୍ଯ୍ୟକ୍ରମ

ଭଟଲି (ଅଭିମନ୍ୟୁ ପଧାନ ):- ଭଟଲି ବ୍ଲକ୍ ଶ୍ରୀଶ୍ରୀ ରଣେଶ୍ଵର ରାମଚଣ୍ଡୀ କୁଲତା ସମାଜ ତରଫରୁ ଭଟଲିଠାରେ ଏକ ମେଧାବୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବ୍ଲକ୍ କୁଲତାସମାଜ ସଭାପତି ସଞ୍ଜୟ ପ୍ରଧାନଙ୍କ ଅଧ୍ୟକ୍ଷତା ତଥା ଶିକ୍ଷକ ଆନନ୍ଦ ସାହୁଙ୍କ ପରିଚାଳନା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବିଧାୟକ ଇରାଶିଷ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ବ୍ଲକ୍ କୁଲତା ସମାଜର ଉପଦେଷ୍ଟା ତଥା ଭଟଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ, ଉପଦେଷ୍ଟା କମିଟି ମୁଖ୍ୟ ସୌରୀଚରଣ ବାରିକ, ବିଜେପି ଜିଲ୍ଲା ସଭାପତି ଡା. ଅରୂପାନନ୍ଦ ସାହୁ ଯୋଗଦେଇ ବିଭିନ୍ନ ସ୍ତରରେ କୃତକାର୍ଯ୍ୟ ହୋଇଥିବା କୁଲତା ସମାଜର ମେଧାବୀ ଛାତ୍ରଛାତ୍ରୀ ଲୋପାମୁଦ୍ରା ସାହୁ, ଲୋକେଶ ପ୍ରଧାନ, ପ୍ରାଚୀ ସାହୁ, ଦିପ୍ତିମୟୀ ସାହୁ, ତୃପ୍ତି ସାହୁ, ସୁହାନା ପ୍ରଧାନ, ଶ୍ୟାମଶଙ୍କର ଗଡ଼ତିଆ, ପ୍ରେୟସ ସାହୁ, ଆର୍ୟନ୍ ପ୍ରଧାନ, ମନୀଷା ପଧାନ, ଲିପିମୟୀ ଗଡ଼ତିଆ, ଜାଗୃତି ଗଡ଼ତିଆ, ଯାଦବ ସାହୁ, ବବିତା ବୁଧିଆ, ପବିତ୍ର ଭୋଇ, ଶ୍ଳୋକାନନ୍ଦ ସାହୁ, ଶ୍ରଦ୍ଧାଞ୍ଜଳି ଦେହେରୀ, ପୀୟୂଷପଧାନ, ସୋମନାଥ ସାହୁ, ତୁଷାର ସାହୁ, ଈଶ୍ବରୀ ପ୍ରଧାନ, ପ୍ରତ୍ୟୁଷ ସାହୁ, ପୁଣ୍ୟପ୍ରଭା ସାହୁ, ରେଶ୍ମା ସାହୁ, ବିନି ବୁଧିଆ ପ୍ରମୁଖଙ୍କୁ ସମ୍ବଦ୍ଧିତ କରିଥିଲେ । ସାଧାରଣ ସମ୍ପାଦକ ମାଧବ ପ୍ରସାଦ ସାହୁ ସ୍ବାଗତ ଭାଷଣ ଓ ଶିକ୍ଷକ ଉପେନ୍ଦ୍ର ଖମାରୀ ସଭା ସଂଯୋଜନା କରିଥିଲେ ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍ କୁଲତା ସମାଜର ଉପସଭାପତି କ୍ଷୀରଧର ସାହୁ, ସମ୍ପାଦକ ରାଜାରାମ ସାହୁ, ଦୁଃଖନାଶନ ସାମଲ, ଉପଦେଷ୍ଟା ରୂପରାଜ ସାହୁ, ଲୋକନାଥ ସାହୁ, ସାନପ୍ରସାଦ ସାହୁ, ମାଧବ ପଧାନ ପ୍ରମୁଖ ଉପସ୍ଥିତ ରହି ଶ୍ରୀଶ୍ରୀ ରଣେଶ୍ବର ରାମଚଣ୍ଡୀଙ୍କଠାରେ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ। ଉପସଭାପତି ବୈରାଗୀ ସାହୁ ଧନ୍ୟବାଦ ଦେଇଥିଲେ |




