ବାରମ୍ବାର ଅଭିଯୋଗ ସତ୍ୱେ କଙ୍କାଳୁ ଗ୍ରାମରେ ପାନୀୟ ଜଳ ସମସ୍ୟା ପାଇଁ ଜିଲ୍ଲାପାଳ ଜଣଶୁଣାଣି ରେ ଅଭିଯୋଗ l
ଆଦ୍ୟ ତା 01.06. 2026 ରିଖ ସୋମବାର ଦିନ ଢେଙ୍କାନାଳ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ଜଣଶୁଣାଣି ଅଭିଯୋଗ କରାଯାଇଥିଲା l ଗ୍ରାମରେ ପ୍ରାୟ ହଜାର ଲୋକ ବାସ କରନ୍ତି l ପୂର୍ବରୁ ଲୋକମାନେ ଲିଙ୍ଗରା ନଦୀ ଚୁଆ ଖୋଳି ପାଣି ବ୍ୟବହାର କରନ୍ତି l ଦୁଃଖର ବିଷୟ ଟାଟା କମ୍ପାନୀ ର ଧୂଳି ଧୂଁଆରେ ଆଉ ପାନୀୟ ଜଳ ଖାଇବା ଉପଯୋଗୀ ହୋଇପାରୁନି l ଗ୍ରାମରେ ଥିବା ନଳକୂପ ଗୋଡ଼ିକରୁ ମଧ୍ୟ ପାନୀୟ ଜଳର ନିଅଣ୍ଟ ହୋଇ ପଡିଛି l ଯାହାକି କଙ୍କାଳୁ ଗ୍ରାମର ମହିଳା ମାନେ ପ୍ରାୟ ଦୁଇ କିଲୋମିଟର ବ୍ରିଜ ଡେଇଁ ସରପା ଗ୍ରାମକୁ ପାଣି ଆଣିବାପାଇଁ ଯାଉଛନ୍ତି l ଯାହାକି କଙ୍କାଳୁ ଗ୍ରାମବାସୀ ଦୁଃଖ ପ୍ରକାଶ କରୁଛନ୍ତି l କଙ୍କାଳୁ ଗ୍ରାମରେ ପଚାଶ ପ୍ରତିଶତ ଜାଗା ଯାଇଥିଲେ ମଧ୍ୟ ଟାଟା କମ୍ପାନୀ କଂକାଳୁ ଗ୍ରାମବାସୀ ଙ୍କ କଥା ଶୁଣୁନାହିଁ l ସ୍ୱାଧୀନତା ର 77 ବର୍ଷ ପରେ କଙ୍କାଳୁ ଗ୍ରାମରେ ଗ୍ରାମବାସୀ ପାନୀୟ ଜଳ ବିଶୁଦ୍ଧ ଜଳ ପାଇ ପାରୁନାହାନ୍ତି l ବାରମ୍ବାର ଜନଶୁଣାଣୀ ରେ ଗ୍ରାମବାସୀ ଲିଖିତ ଅଭିଯୋଗ କରିବା ସତ୍ୱେ କୌଣସି କାର୍ଯ୍ୟକାରୀ ହୋଇ ପାରିନାହିଁ l ଟାଟା କମ୍ପାନୀ ଗ୍ରାମକୁ ଆସି ପ୍ରତି ଘରକୁପାଣି ଯୋଗାଇ ଦେବାପାଇଁ ଲିଖିତ ପ୍ରତିଶୃତି ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳି ପାରିଲା ନାହିଁ l ତେଣୁ ଗ୍ରାମବାସୀ ଆଗାମୀ 10.06.2026ତାରିଖ ଦିନ ବୁଧବାର ଟାଟା କମ୍ପାନୀ ଆଗରେ ଧାରଣା ଦେବେ ବୋଲି ପ୍ରଶାସନ କୁ ଚେତାବନୀ ଦେଇଛନ୍ତି l ଆଗାମୀ ଦିନ ମଧ୍ୟରେ ପ୍ରଶାସନ କିମ୍ବା ଟାଟା କମ୍ପାନୀଙ୍କୁ ଜୋରଜାର ବିରୋଧ କରିବେ ବୋଲି କହିଛନ୍ତିl



