ବେପରୁଆ ଢ଼ଙ୍ଗରେ ଗାଡ଼ି ଚାଳନା କରି ଯାତ୍ରୀବାହୀ ବସ୍ କୁ ଧକ୍କାଦେଲା ଟ୍ରଲର।

କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତରେ ବେପରୁଆ ଢ଼ଙ୍ଗରେ ଗାଡ଼ି ଚାଳନା କରି ଯାତ୍ରୀବାହୀ ବସ୍ କୁ ଧକ୍କାଦେଲା ଟ୍ରଲର। ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଭଅଁରପୁର ନିକଟରେ ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ରଲର। 4 ଗୁରୁତର ଥିବାବେଳେ ପ୍ରାୟ 20ଜଣ ଆହତ ହୋଇଥିବା ନେଇ ସୂଚନା। କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଚମ୍ପୁଆ ବାଉଁଶୁଳି ରାସ୍ତାରେ ଭଅଁରପୁର ନିକଟରେ କେନ୍ଦୁଝରରୁ ଚମ୍ପୁଆ ଆସୁଥିବା ସାହୁ ଏଣ୍ଡ ସାହୁ ନାମକ ଏକ ଯାତ୍ରୀ ବାହୀ ବସକୁ ଚମ୍ପୁଆ ପଟୁ ଯାଉଥିବା ଏକ ଟ୍ରଲର ସାମ୍ନାପଟୁ ଧକ୍କା ଦେଇଥିବା ନେଇ ସୂଚନା। ଫଳରେ ଗାଡ଼ିରେ ଥିବା ୩୦ଜଣ ଯାତ୍ରୀ ମଧ୍ୟରୁ ଚାରିଜଣ ଗୁରୁତର ଆହତ ହୋଇଥିବା ବେଳେ 20 ଜଣ ଯାତ୍ରୀ ଆହତ ହୋଇଥିବା ନେଇ ସୂଚନା। ଏହି ବସରେ 30ରୁ ଅଧିକ ଯାତ୍ରୀଥିବା ବେଳେ ବସ୍ ଚାଳକ ମଧ୍ୟ ଆହତ ହୋଇଥିବା ନେଇ ସୂଚନା।

ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧ।ର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତର ଖାନାକୁ ଆମ୍ବୁଲାନ୍ସ ଯୋଗେ ପଠାଇ ଥିବା ବେଳେ ଖବର ପାଇ ତୁରୁମୁଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିବା ଜଣାପଡିଛି। ତେବେ ଏହି ରାସ୍ତାରେ ଭାରିଯାନ ଚଳାଚଳ ପାଇଁ ଅଙ୍କୁଶ ଥିବା ସତ୍ବେ କାହାରିକି ଖାତିର ନକରି ବେଧଡକ ଭାରୀଯାନ ଚଳାଚଳ କରୁଥିବା ଯୋଗୁ ଏପରି ଦୁର୍ଘଟଣା ଘଟିଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ




