ପ୍ରାଇଭେଟ କମ୍ପାନୀ ପ୍ରବେଶକୁ ବିରୋଧ କଲେ ଧରମପୁର ପଂଚାୟତବାସୀ
ତାଳଚେର, ୧୧/୦୬ ଦୀର୍ଘଦିନ ଧରି ବାରମ୍ବାର ଏକ କମ୍ପାନୀ ଡ଼୍ରିଲିଙ୍ଗ ଗାଡ଼ି ଧରମପୁର ପଂଚାୟତରେ ବାରମ୍ବାର ପ୍ରବେଶ କରିବା ଦ୍ୱାରା ଏକ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି । କମ୍ପାନୀକୁ କିଛି ହାତଗଣତି ଲୋକ ସହଯୋଗ କରୁଥିବା ବେଳେ ପଂଚାୟତ ଅଧିବାସୀମାନେ ଏହାକୁ ବିରୋଧ କରୁଥିଲେ, ଏପରିକି ଥାନା କଚେରୀ ଯାଏଁ ଏହି ମାମଲା ପଂହଚିଥିଲା । ତେଣୁ ଧରମପୁର ପଂଚାୟତ ସରପଂଚ ୩ଟି ଗାଁର ସଭାପତି ଏବଂ ୱାର୍ଡ଼ମେମ୍ବର ତଥା ଖଇରପାଳ, ସରେଇଲୋ ଏବଂ ଧରମପୁର ଗ୍ରାମର ସମସ୍ତ ପୁରୁଷ ମହିଳାଙ୍କ ଉପସ୍ଥିତିରେ ଏକ ସାଧାରଣ ବୈଠକ ଅନୁଷ୍ଟିତ ହୋଇଛି । ଯେଉଁଥିରେ ପ୍ରାଇଭେଟ କମ୍ପାନୀକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା, ଶେଷରେ ବୈଠକରେ ସମସ୍ତଙ୍କ ଉପସ୍ଥିତିରେ ନିଷ୍ପତି ନିଆଗଲା କି ପଂଚାୟତରେ ପ୍ରାଇଭେଟ କମ୍ପନୀକୁ ଅଧିଗ୍ରହଣ ପାଇଁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ । ପଂଚାୟତର ସମସ୍ତ ପୁରୁଷ ଓ ମହିଳାଙ୍କ ଉପସ୍ଥିିତିରେ ହରିବୋଲ ହୂଳହୂଳି ଦିଆଯାଇ ସଭା ସଙ୍ଗ କରାଯାଇଥିଲା ।



