କାର୍ଯ୍ୟରୁ ଛଟେଇକୁ ନେଇ ଉପଜିଲ୍ଳାପାଳଙ୍କୁ ଦାବିପତ୍ର
ତାଳଚେର, ୧୧/୦୬ ବର୍ଷେ କି ଦୁଇବର୍ଷ ନୁହଁ ଦୀର୍ଘ ୭ବର୍ଷ ଧରି ରୋଗୀଙ୍କୁ ସେବା ଯୋଗାଇ ଦେଇଥିବା ୭ଜଣ ଠିକାକର୍ମଚାରୀ ବିନା ନୋଟିସ୍ରେ ଛୋଟେଇ କରାଯାଇଥିବା ଏବେ ଆଲୋଚନାର ବିଷୟ ହୋଇଛି । ଘଟଣାରୁ ପ୍ରକାଶ, ବିରଜା ସିକ୍ୟୁରିଟି ସର୍ଭିସ୍ ପକ୍ଷରୁ ୨୦/୦୧/ ୨୦୨୦ ମସିହାରୁ ୭ଜଣଙ୍କୁ ତାଳଚେର ସରକାରୀ ମଣ୍ଡାପାଳ ଡ଼ାକ୍ତରଖାନାରେ ହେଲପଡ଼େକ୍ସରେ ଠିକା କର୍ମଚାରୀଭାବେ ନିଯୁକ୍ତି କରାଯାଇଥିଲା । ସେମାନେ ସୂଚାରୁରୂପେ ରୋଗୀଙ୍କୁ ସେବା ଯୋଗାଇ ଦେଉଥିଲେ । ଏପରିକି, କରୋନା ସମୟରେ ତାଙ୍କ ଜୀବନକୁ ବାଜି ଲଗାଇ ନିଜ କର୍ତବ୍ୟରେ ବହନ କରୁଥିଲେ । ମାତ୍ର ବିଡ଼ମ୍ବନାର ବିଷୟ ଉକ୍ତ କମ୍ପାନୀର ଟେଣ୍ଡର ସରିଯିବାପରେ ମା’ସାରଳା ଏସଜି ଗ୍ରୁପ୍ ସ୍ୱୟଂସହାୟକ ଗୋଷ୍ଠୀ ଏହି ଟେଣ୍ଡରକୁ ହାତେଇ ଏହି ହେଲପଡ଼େକ୍ସରେ ୭ଜଣଙ୍କୁ କାର୍ଯ୍ୟରୁ ଛୋଟେଇ କରିଥିବାକୁ ନେଇ ଆଜି ସେମାନେ ଉପଜିଲ୍ଳାପାଳ ଆଶିଷରଞ୍ଜନ ସାହୁଙ୍କ ଦ୍ୱାରସ୍ଥ ହୋଇ ଏକ ଦାବିପତ୍ର ଦେବା ସହ ତାଙ୍କର ଦୁଃଖ ଜଣାଇଥିଲେ । ତେବେ ଦୀର୍ଘବର୍ଷ କାର୍ଯ୍ୟକରି ସେମାନେ ସ୍ପଳ୍ପ ଦରମା ପାଇ ନିଜର ପରିବାର ଗୁଜୁରାଣ ମେଟାଂଉଥିବା ବେଳେ ବର୍ତମାନ ବୟସରେ ସେମାନେ କରିବେ କ’ଣ ବୋଲି ଚିନ୍ତାରକାରଣ ପାଲଟିଛି । ଅପରପକ୍ଷେ ବିନା ନୋଟିସ୍ରେ ସେମାନଙ୍କୁ କିପରି ବିଦାକରାଗଲା ତାହା ମଧ୍ୟ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଛେଇଟ ଠିକାକର୍ମଚାରୀମାନେ ଦୀର୍ଘବର୍ଷ କାର୍ଯ୍ୟ କରି ଅଭିଜ୍ଞତା ହାସଲ କରିଥିବା ବେଳେ ଏମାନଙ୍କୁ ଛଟେଇ କରି କାହା ସ୍ୱାର୍ଥରେ ଅନଭିଜ୍ଞ ମାନଙ୍କୁ ନିଯୁକ୍ତି ଦିଆଯିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏସମ୍ପର୍କରେ ଉପଜିଲ୍ଳାପାଳଙ୍କୁ ପଚାରିବାରୁ ସେ କୁହନ୍ତି କି, ଏହାକୁ ବିଚାରକୁ ନେଇ ସମାଧାନ ଦିଗରେ କାର୍ଯ୍ୟ କରାଯିବ ଓ ଅନୁଗୋଳ ସିଡ଼ିଏମଙ୍କୁ ପାଚରିବାରୁ ସେ ପ୍ରକାଶ କରିଥିଲେ କି, ଏଥିରେ ଆମର କୌଣସି ସମ୍ପୃକ୍ତ ନାହିଁ ଯିଏ ଟେଣ୍ଡର ନେଇଛି ସେ ତାଙ୍କ କଥା ବୁଝିବେ ବୋଲି ବେପରୁଆଭାବେ କ଼ହି କଥାକୁ ହାଲୁକାଭାବେ ନେଇଥିଲେ । ତେବେ କଥା ଆସୁଛି ସେମାନଙ୍କୁ ଯେତେ ବେଳେ ନିଯୁକ୍ତି ଦିଆଗଲା କୁହାଯାଉଥିଲା, ଠିକାଦାର ପରିବର୍ତନ ହେଲେ ମଧ୍ୟ ତୁମର ଚାକିରୀ ଯିବ ନାହିଁ ବୋଲି ସେମାନେ ଏହା ପ୍ରକାଶ କରିଛନ୍ତି । ତେଣୁ ତୁରନ୍ତ ଉପଜିଲ୍ଳାପାଳ ଏହାକୁ ବିଚାରକରି ସେମାନଙ୍କୁ ସେମାନଙ୍କୁ ପୁନଃନିଯୁକ୍ତି କରାଇଲେ ସେମାନଙ୍କ ପରିବାର ହସ ଫେରି ଆସିବ ।



