କେନ୍ଦୁଝର ପୋଲିସ୍ ପକ୍ଷରୁ ଏନ୍କାଉଣ୍ଟର କୁଖ୍ୟାତ ଅପରାଧୀ ମଲ୍ଲିକ ଧରାଶୟୀ।

କେନ୍ଦୁଝର ଜିଲ୍ଲା କେନ୍ଦୁଝର ପୋଲିସ୍ ପକ୍ଷରୁ ଅଞ୍ଚଳରେ ଅରାଜକତା ଚଳାଇଥିବା ଅପରାଧୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କୁଖ୍ୟାତ ଅପରାଧୀ ପ୍ରଭାତ ମଲ୍ଲିକ ଧରାଶୟୀ। ଯାହାକି ସୂଚନା ରହିଛି କେନ୍ଦୁଝର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ କେନ୍ଦୁଝର ଜିଲ୍ଲା ପୋଲିସ୍ ପକ୍ଷରୁ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ସଂଶ୍ଳିଷ୍ଟ ଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପରେ କେନ୍ଦୁଝର ପୋଲିସ୍ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ କେନ୍ଦୁଝର ସଦର ଥାନା ଅଞ୍ଚଳର ଚାଳିଶ ରୁ ଉର୍ଦ୍ଧ ମାମଲାରେ ଜଡ଼ିତ ଅପରାଧୀକୁ କାବୁ କରିବାକୁ ଓ ଚୋରୀ ସାମଗ୍ରୀ ଜବତ କରିବାକୁ ମହୁଲଡିହା କୁ ଯାଇଥିବା ବେଳେ ଏକ ସ୍ୱଦେଶୀ ନିର୍ମିତ ପିଷ୍ଟଲ୍ ସାହାଯ୍ୟରେ କୁଖ୍ୟାତ ଅପରାଧୀ ପ୍ରଭାତ ମଲ୍ଲିକ ପୋଲିସ୍ କୁ ହତ୍ୟା କରିବା ଉଦ୍ଦେଶ୍ୟରେ ତାଙ୍କ ଉପରକୁ ଗୁଳି ଚଳାଇଥିଲା ପୋଲିସ୍ ରକ୍ଷାତ୍ମକ ଭାବେ ପାଲଟା ଗୁଳି ଚଳାଇଥିଲା ଓ ସେଥିରେ କୁଖ୍ୟାତ ଅପରାଧୀ ପ୍ରଭାତ ମଲ୍ଲିକ ଆହତ ହୋଇଥିବା ନେଇ ସୂଚନା ଏବଂ କେନ୍ଦୁଝର ପୋଲିସ୍ ତାକୁ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରିଥିବା ବେଳେ ତା ନିକଟରୁ ଏକ ସ୍ୱଦେଶୀ ବନ୍ଧୁକ ସହ ନଗଦ ଟଙ୍କା ଉଦ୍ଧାର କରିଥିବା ନେଇ କେନ୍ଦୁଝର ପୋଲିସ୍ ପକ୍ଷରୁ ସୂଚନା ଦେଇଛନ୍ତି ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକ ଏବଂ ଭାରତୀୟ ନ୍ୟାୟ ସଂହିତା ଆଧାରରେ କେସ ରୁଜୁ କରି ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



