ରାଜ୍ୟ ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତ ୨୦୨୬

କଟକ ତା ୧୬/୦୬ ରିଖ ରାଜ୍ୟ ଟାଇକୋଣ୍ଡୋ ପ୍ରତିଯୋଗିତା ୨୦୨୬ ସ୍ଥାନୀୟ କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ଠାରେ ଆରମ୍ଭ ହୋଇଯାଇଛି।ରାଜ୍ୟ ସ୍ତରୀୟ କିରୋଗୀ ଓ ପୂମସେ ଟାଏକୋଣ୍ଡୋ ପ୍ରତିଯୋଗିତାରେ ୧୧୨୦ ଜଣ ପ୍ରତିଯୋଗି ଅଂଶଗ୍ରହଣ କରିଛନ୍ତି। ଏହି ପ୍ରତିଯୋଗିତାରେ ପୁରୀ ଓ କଟକ ଜିଲ୍ଲାରୁ ସର୍ବାଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି। ଏହି ପ୍ରତିଯୋଗିତା ୧୬ତା ଠାରୁ ୧୮ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଯାଉଅଛି। ଏହି ପ୍ରତିଯୋଗିତା ଓଡ଼ିଶା ଟାଏକୋଣ୍ଡୋ ସଂଘ ଓ କଟକ ଜିଲ୍ଲା ଟାଏକୋଣ୍ଡୋ ସଂଘ ମିଳିତ ଆନୁକୂଲ୍ୟରେ ୨୦୨୬ ଏବଂ ଓଡିଶା ରାଜ୍ୟ କିରୋଗୀ ଓ ପୂମସେ ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋବାକୁ ଯାଉଛି।ଏହି ପ୍ରତିଯୋଗିତାରେ ୧୮ଟି ଜିଲ୍ଲାରୁ ୪୭ଟି ଟ୍ରେନିଂ ଏକାଡେମୀରୁ କିରୋଗୀ ଇଭେଣ୍ଟରେ ୫୩୫ ଓ ପୂମସେ ଇଭେଣ୍ଟରେ ୫୮୭ ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି।ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରତିଯୋଗିମାନେ ଅଂଶ ଗ୍ରହଣ କରିଛନ୍ତି।ଆଜିର ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ଅଲମ୍ପିକ ସଂଘର ସାଧାରଣ ସମ୍ପାଦକ ଅଭିଜିତ ପାଲ ଦୀପ ପ୍ରଜ୍ବଳନ କରି ଖେଳକୁ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡିଶା ଟାଏକୋଣ୍ଡୋ ସଂଘର ସଭାପତି ବ୍ୟୋମକେଶ ଅଭିଳାଷ ପ୍ରସାଦ,କଟକ ଜିଲ୍ଲା ସଂଘର ସଭାପତି ନିଶାର ଅହମଦ ସହିତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।ରାଜ୍ୟ ସଙ୍ଘର ସାଧାରଣ ସମ୍ପାଦକ ତଥା ଅନ୍ତର୍ଜାତୀୟ ଟାଏକୋଣ୍ଡୋ ମାଷ୍ଟର ମନମୋହନ ଭଞ୍ଜ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରୁଥିଲେ।



