କେନ୍ଦୁଝର ଜିଲ୍ଲାରେ ଦୁଇଟି ପୃଥକ ପୃଥକ ଦୁର୍ଘଟଣାରେ ୨ମୃତ ।
କେନ୍ଦୁଝର ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ ଗଡି ଚାଲିଛି ଗୋଟିଏପରେ ଗୋଟିଏ ମୁଣ୍ଡ ଦୁଇଟି ପୃଥକ୍ ପୃଥକ୍ ଦୁର୍ଘଟଣାରେ ଦୁଇମୃତ। ଚମ୍ପୁଆ ଥାନା ଅନ୍ତର୍ଗତ ଗୋପିନାଥପୁର ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ ବରଣ କରିଥିବା ବେଳେ ଝୁମ୍ପୁରା ଥାନା ଅନ୍ତର୍ଗତ ମୁରୁସୁଆଁ ନିକଟରେ ଘଟିଯାଇଛି ଆଉ ଏକ ଦୁର୍ଘଟଣା। ଏଠାରେ ମଧ୍ୟ କୈଣସି ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ ବରଣ କରିଥିବା ନେଇ ସୂଚନା।ସୂଚନା ଅନୁଯାୟୀ ତେଲକୋଇ ବ୍ଳକ ସିରିଗିଡ଼ା ଗ୍ରାମର ରାକେଶ ରୋଷନ ନାଏକ ନାମକ ୨୫ ବର୍ଷର ଡିପ୍ଲୋମା ଛାତ୍ରଙ୍କ ଅଜଣା ଗାଡ଼ି ଥକ୍କାରେ ଗୋପିନାଥପୁର ଛକ ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ନିକଟରେ ମୃତ୍ୟୁ ଘଟିଥିବା ନେଇ ସୂଚନା। ଠିକ ସେହିପରି ଝୁମ୍ପୁରା ଥାନ ଅନ୍ତର୍ଗତ ମରୁସୁଆଁ ନିକଟରେ ସେହି ୨୦ ନମ୍ବର ଜାତୀୟ ରାଜପଥ ଉପରେ ଦୁଧୁକୁଣ୍ଡି ଗ୍ରାମର ଭାଗିରଥି ମୁଣ୍ଡାଙ୍କର ମୃତ ଶରୀରକୁ ପୋଲିସ ଖବର ପାଇ ଜବତ କରିଥିବାବେଳେ ଉଭୟ ଥାନାର ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହିତ ଘର ଲୋକଙ୍କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଥିବା ନେଇ ସୂଚନା ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



