ମୟୂରଭଞ୍ଜ ଜିଲ୍ଲାରୁ ଚମ୍ପୁଆ ରେଞ୍ଜକୁ ଲେଉଟିଲେ ପଚିଶ ଟିକିଆ ହାତୀପଲ।

ମୟୁରଭଞ୍ଜ ଜିଲ୍ଲାରୁ କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜକୁ ଲେଉଟିଲେ ୨୫ ଟିକିଆ ହାତୀପଲ। ମୟୁରଭଞ୍ଜ ଗଲେ ଆଠଟିକିଆ ହାତୀ । ଦୀର୍ଘ ଏକମାସ ର ବ୍ୟବଧାନ ପରେ ଗତରାତି ୨୫ ଟିକିଆ ହାତୀପଲ ଚମ୍ପୁଆ ରେଞ୍ଜ କୁ ଲେଉଟି ଆସିଛନ୍ତି। ଏକମାସ ତଳେ ଏହି ହାତୀ ପଲ ପାଟଣା ରେଞ୍ଜ ମଧ୍ୟ ଦେଇ ମୟୁରଭଞ୍ଜ କୁ ଚାଲିଯାଇଥିଲେ। ଗତରାତି ମୟୁରଭଞ୍ଜ ର କରଞ୍ଜିଆ ରେଞରୁ ବୈତରଣୀ ନଦୀ ପାର ହେଇ ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ର ପଦ୍ମପୁର ଗାଁ ମଧ୍ୟ ଦେଇ ଆଜି ସକାଳେ ଝାଲିଆବେଡା ଜଙ୍ଗଲରେ ପଶିଛନ୍ତି ଏହି ହାତୀ ପଲ। ଅନ୍ୟପଟେ ଚମ୍ପୁଆ ରେଞ୍ଜ ର ଚମ୍ପୁଆ ସେକ୍ସନ ରେ ଥିବା ତିନୋଟି ଏବଂ ଉଖୁଣ୍ଡା ସେକ୍ସନ ରେ ଥିବା ପାଞ୍ଚ ଟି ହାତୀ ଗତ ରାତି ବୈତରଣୀ ନଦୀ ପାର ହେଇ ମୟୁରଭଞ୍ଜ କୁ ଚାଲିଯାଇଥିବା ସୂଚନା ରହିଛି। ଚମ୍ପୁଆ ରେଞ୍ଜ କୁ ଲେଉଟି ଆସିଥିବା ହାତୀପଲ ପୂର୍ବରୁ ଚମ୍ପୁଆ ରେଞ୍ଜ ରେ ବ୍ୟାପକ କ୍ଷୟକ୍ଷତି କରିଥିବା ରୁ ଏହି ହାତୀ ପଲ କୁ ନେଇ ବହୁ ଗାଁ ରେ ଭୟର ବାତାବରଣ ରହିଛି। ଅନ୍ୟ ପଟେ ବନ ବିଭାଗ ହାତୀ ପଲଙ୍କ ଗତିବିଧି ଉପରେ ନଜର ରଖିଥିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



