କଳମଛୁଇଁ ଶିଶୁମନ୍ଦିରରେ ଅନ୍ତର୍ଜାତୀୟ ଯୋଗ ଦିବସ
ତାଳଚେର, ୨୧/୦୬ ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନାଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଯୋଗଶିବିରରେ ଅତିଥି ଭାବରେ ସାଉଥବଲଣ୍ଡାସ୍ଥିତ ଯୋଗ ପ୍ରଶିକ୍ଷଣ କେନ୍ଦ୍ରର ଯୋଗ ଶିକ୍ଷକ ଓ ଯୋଗ ଶିକ୍ଷୟତ୍ରୀ ବିଦ୍ୟାଳୟର କୋଷାଧ୍ୟକ୍ଷ ପ୍ରମୁଖ ଯୋଗ ଦେଇଥିଲେ । ଏହି ଯୋଗ ଶିବିରରେ ଛାତ୍ରଛାତ୍ରୀମାନଙ୍କ ସମେତ ସମସ୍ତ ଗୁରୁଜୀ, ଗୁରୁମା ଅଂଶଗ୍ରହଣ କରି ଯୋଗଭ୍ୟାସ କରିଥିଲେ । ପ୍ରାରମ୍ଭରେ କାର୍ଯ୍ୟକାରୀ ପ୍ରଧାନାଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନ କରିବା ସହ ଯୋଗ ଦିବସର ତାତ୍ପର୍ଯ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ସୁସ୍ଥ ଓ ନିରାମୟ ଜୀବନଯାପନ ପାଇଁ ଯୋଗ ହେଉଛି ଏକ ଅମୂଲ୍ୟ ମହୋଷଧି ବୋଲି ଏହି ଅବସରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଛାତ୍ରଛାତ୍ରୀମାନେ ପ୍ରାଣାୟମ, ସୂର୍ଯ୍ୟ ନମସ୍କାର, ପଦ୍ମାସନ, ତଡ଼ାସନ, ଅର୍ଦ୍ଧ ଚକ୍ରାସନ, ତ୍ରିକୋଣାସନ, ଶଶାଙ୍କସନ, ଅର୍ଦ୍ଧହଳାସନ ଆଦି ବିଭିନ୍ନ ଆସନର ଯୋଗାଭ୍ୟାସ କରିଥିଲେ । ବିଦ୍ୟାଳୟର ଯୋଗ ପ୍ରଶିକ୍ଷକ ଆଚାର୍ଯ୍ୟ ପବିତ୍ର କୁମାର ସାହୁ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।



