ଜୁନାଗଡ଼ରେ ଅନ୍ତର୍ଜାତୀୟ ଯୋଗ ଦିବସ-୨୦୨୬ ପାଳିତ

ଜୁନାଗଡ଼, (ବାଲେଶ୍ୱର ସୁନାନୀ )୨୧/୦୬ ନିଜ ପାଇଁ ଯୋଗ, ସମାଜ ପାଇଁ ଯୋଗ” ବାର୍ତ୍ତା ନେଇ ଆଜି ଜୁନାଗଡ଼ ବ୍ଲକ ପକ୍ଷରୁ ସ୍ତାନୀୟ ବିଜୁ ପଟ୍ଟନାୟକ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ-୨୦୨୬ ମହାସମାରୋହରେ ପାଳିତ ହୋଇଯାଇଛି।
କ୍ରୀଡ଼ା ଓ ଯୁବସେବା ବିଭାଗ, ଓଡ଼ିଶା ସରକାର ଓ ଯୋଗ ମହୋତ୍ସବ ସମିତିର ମିଳିତ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ରବିବାର ସକାଳ ୭ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଯୋଗ ଗୁରୁ କୃଷ୍ଣ ଦାଶ ଯୋଗାସନ, ପ୍ରାଣାୟାମ ଓ ଧ୍ୟାନ ବିଷୟରେ ପ୍ରଶିକ୍ଷଣ ଦେଇ ନିୟମିତ ଯୋଗ ଦ୍ୱାରା ଶାରୀରିକ ଓ ମାନସିକ ସୁସ୍ଥତା ଉପରେ ଗୁରୁତ୍ୱାରୋପ କରିଥିଲେ।
ପ୍ରମୁଖ ଅତିଥି ଭାବେ ଜୁନାଗଡ଼ ବ୍ଲକ ଅଧ୍ୟକ୍ଷା ସବିତା ମେହେର ଯୋଗକୁ ଦୈନନ୍ଦିନ ଜୀବନର ଅଂଶ କରିବାକୁ ଆହ୍ୱାନ ଦେଇଥିଲେ। ପୂର୍ବତନ ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ। ବ୍ଲକର ବହୁ ଅଧିକାରୀ, କର୍ମଚାରୀ, ବିଦ୍ୟାଳୟ ଛାତ୍ରଛାତ୍ରୀ, ଯୁବକ-ଯୁବତୀ ଓ ସ୍ଥାନୀୟ ଜନସାଧାରଣ ସାମୂହିକ ଯୋଗାଭ୍ୟାସରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମକୁ କ୍ରୀଡ଼ା ବିଭାଗ କର୍ମଚାରୀମାନେ ପରିଚାଳନା କରିଥିଲେ।
ସେହିପରି ଜୁନାଗଡ଼ ବ୍ଲକ ମଥୁରା ଗ୍ରାମରେ ମଧ୍ୟ ଯୋଗ ଦିବସ ପାଳିତ ହୋଇଛି। ମଥୁରା ରାଧାକୃଷ୍ଣ କ୍ଲବ୍ ଦ୍ୱାରା ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଶିକ୍ଷକ ଶ୍ୟାମ ସୁନ୍ଦର ପାଢୀଙ୍କ ମାର୍ଗଦର୍ଶନରେ ବହୁ ପୁରୁଷ ଓ ମହିଳା ଯୋଗାଭ୍ୟାସ କରିଥିଲେ। ନିରୋଗ ରହିବା ପାଇଁ ନିୟମିତ ଭାବେ ଘରେ ଘରେ ଯୋଗ କରିବାକୁ ଯୋଗଗୁରୁ ପରାମର୍ଶ ଦେଇଥିଲେ।



