ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି ସିଡ଼ିପିଓ କାର୍ଯ୍ୟାଳୟ
ତାଳଚେର, ୨୩/୦୬ ଶିଳ୍ପନଗରୀ ତାଳଚେର ଭଳି ଏକ ସହର ମଧ୍ୟରେ ହାଟତୋଟା ସ୍ଥାନୀୟ ଉପଜିଲ୍ଳାପାଳ କାର୍ଯ୍ୟାଳୟ ପଛପାଶ୍ୱର୍ରେ ରହିଥିବା ସିଡ଼ିପିଓ କାଯର୍ଯ୍ୟାଳୟଟି ଅବ୍ୟବସ୍ଥା ମଧ୍ୟରେ ଗତି କରୁଥିବା ଦେଖିବାକୁ ମିଳିଛି । ଏହି କାର୍ଯ୍ୟାଳୟକୁ ଦୈନନ୍ଦିନ ଦୂରଦୂରାନ୍ତରୁ ଅଙ୍ଗନବାଡ଼ି କର୍ମୀ ସହିତ ସୁଭଦ୍ରା ଯୋଜନା ପାଇଁ ବିଭିନ୍ନ ପାଂୟତ ଓ ମୁନିସପାଲିଟିରୁ ମାଆମାନେ ଆସିଥାନ୍ତି । ମାତ୍ର ପରିତାପର ବିଷୟ ଉକ୍ତ କାର୍ଯ୍ୟାଳୟରେ ମାଆମାନଙ୍କ ବସିବା ପାଇଁ ଆବଶକୀୟ ଚୌକି ନଥିବାରୁ ମାଆମାନେ ବାଧ୍ୟହୋଇ ଗରମରେ ବାରଣ୍ଡାରେ ବସୁଥିବା ଦେଖିବାକୁ ମିଳିଛି । ତାଳଚେର ଏକ ଉତପ୍ତ ସହର ହୋଇଥିବା ବେଳେ ପାଣି ଟୋପେ ପିଇବା ପାଇଁ କାର୍ଯ୍ୟାଳୟ ପରିସର ମଧ୍ୟରେ କୌଣସି ବ୍ୟବସ୍ଥା କରାଯାଇନଥିବାରୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଉଛନ୍ତି ଶତାଧିକ ମାଆ, ମାଉସୀ । ଏପରିକି, କୋଠରୀ ଗୁଡ଼ିକ ଶୀତାପ ନିୟନ୍ତ୍ରଣ ଯନ୍ତ୍ରବ୍ୟବସ୍ଥା ନଥିବାରୁ କାର୍ଯ୍ୟାଳୟର ଅଧିକାରୀମାନେ ହଇରାଣ ହେବାସହ ବିଭିନ୍ନ କାର୍ଯ୍ୟରେ ଆସୁଥିବା ମାଆ, ମାଉସୀମାନେ ହଇରାଣ ହେଉଥିବା ଅଭିଯୋଗ ହେଉଛି । ସେହିଭଳି କାର୍ଯ୍ୟାଳୟରେ ଆବଶ୍ୟକ ମୂତାବକ କର୍ମଚାରୀ ନଥିବାରୁ କୌଣସି କାର୍ଯ୍ୟ ସଠିକ ଭାବେ ହେଉନାହିଁ । ତାଳଚେର ବ୍ଲକ ଓ ମୁନିସପାଲିଟିରେ ୨୩୭ଟି ଅଙ୍ଗନବାଡ଼ି କେନ୍ଦ୍ର ଥିବା ବେଳେ ୯ଟି ସେକ୍ଟରରେ ୯ଜଣ ସୁପରଭାଇଜର୍ ପରିବର୍ତେ ବର୍ତମାନ ୫ଜଣ ରହିଛନ୍ତି ଓ ୩ଜଣ କ୍ଲର୍କ ଆବଶ୍ୟକ ଥିବା ବେଳେ ମାତ୍ର ଜଣେ ରେ କାର୍ଯ୍ୟାଳୟ କିପରି ଚାଲିବ ବୋଲି ତାକୁ ନେଇ ଏବେ ଚର୍ଚ୍ଚ ଚାଲିଛି । ସେହିଭଳି ସିଉଡ଼ିପିଓ କାର୍ଯ୍ୟାଳୟକୁ ଯିବାକୁ କୌଣସି ଠାରେ ନାମଫଳକ ନଥିବାରୁ ମାଆ, ମାଉସୀମାନେ ହଇରାଣ ହରକତ ହେଉଛନ୍ତି, ତେଣୁ ଜିଲ୍ଲପାଳ ଏଥିପ୍ରତି ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି ।



