ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ
ତାଳଚେର, ୨୩/୦୬ ଜିଲ୍ଳାପାଳ ଅବଦାଲ ମୁହମ୍ମଦ ଅଖତାରଙ୍କ ଅ୍ୟକ୍ଷତାରେ ତାଳଚେର ପଂଚାୟତ ସମିତି ଠାରେ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଶିବିରରେ ସମୁଦାୟ ୬୬ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥି ମଧ୍ୟରୁ ୫୨ଟି ବ୍ୟକ୍ତିଗତ, ୧୪ଟି ଗ୍ରାମ୍ୟଭିତିକ ଅଭିଯୋଗ ଶୁଣାଣୀ ହୋଇଥିବା ବେଳେ ୫ଟି ତୁରନ୍ତ ଫଇସଲା ହୋଇଥିଲା । ଜଣଙ୍କୁ ରେଡ଼କ୍ରସ ପାଣ୍ଠିରୁ ୧୦ହଜାରଟଙ୍କା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଇଏଏସ୍ ଅଭି ଜୈନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସମୀର ପଣ୍ଡା, ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ. ମଦନମୋହନ ପ୍ରଧାନ, ତାଳଚେର ଉପଜିଲ୍ଳାପାଳ ଆଶିଷ ରଞ୍ଜନ ସାହୁ, ଜିଲ୍ଲାପରିଷଦ ଅତିରିକ୍ତ ଉନ୍ନୟନ ଅଧିକାରୀ ଗୌରବମୟ ପ୍ରଧାନ, ତହସିଲଦାର ଆଲଫା ଜେନା, ଗୋଷ୍ଠିଉନ୍ନୟନ ଅଧିକାରୀ ସୁଶାନ୍ତ ବରାଳ, ଜିଲ୍ଳା ମଙ୍ଗଳ ଅଧିକାରୀ ଗିରିଶ ମିଶ୍ର, ଜିଲ୍ଳା ସମାଜ ମଙ୍ଗଳଅଧିକାରୀ ପୁଷ୍ପାଞ୍ଜଳୀ ଶତପଥୀ, ଜିଲ୍ଳାକୃଷି ଅଧିକାରୀ ବିନୋଦ ଦଲାଇ, ପ୍ରାଣୀଚିକିତ୍ସକ ଡ଼ଃ ସତ୍ୟନାରାୟଣ ସାହୁ ସମେତ ବିଭିନ୍ନ ଜିଲ୍ଳା ସ୍ତରୀୟ ଓ ବ୍ଲକ ଅଧିକାରୀମାନେ ଯୋଗଦେଇଥିଲେ । ଏହି ଶିବିରକୁ ଆସିଥିବା ଅଭିଯୋଗକାରୀ ଗ୍ରାମ୍ୟ ସମସ୍ୟା, ସ୍ୱାସ୍ଥ୍ୟ, ଗ୍ରାମୀଣ ଆବାସ, ଜମିଜମା ଓ ବ୍ୟକ୍ତିଗତ ସମସ୍ୟା ସହ ବିଭିନ୍ନ ଅଭିଯୋଗ ଦାଖଲ କରିଥିବା ସୂଚନା ଲୋକ ସମ୍ପର୍କ ପକ୍ଷରୁ ସୂଚନା ଦିଆଯାଇଛି ।



