ଜିଲ୍ଲା ପରାମର୍ଶଦାତା ସମିତି ଏବଂ ଜିଲ୍ଲା ସ୍ତରୀୟ ସମୀକ୍ଷା ସମିତି ବୈଠକ ଅନୁଷ୍ଠିତ

ଅନୁଗୋଳ, ୨୫.୦୬ : ଆଜି ଅନୁଗୋଳଠାରେ ଜିଲ୍ଲାପାଳ ଶ୍ରୀ ଅବ୍ଦାଲ୍ ମୁହମ୍ମଦ୍ ଅଖ୍ତରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରାମର୍ଶଦାତା ସମିତି ଏବଂ ଜିଲ୍ଲା ସ୍ତରୀୟ ସମୀକ୍ଷା ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମାନ୍ୟବର ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ରନାରାୟଣ ପାଣି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଜିଲ୍ଲାର ଅଗ୍ରଗତିରେ ବ୍ୟାଙ୍କ୍ ମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରି ପ୍ରଶଂସା କରିଥିଲେ। ଏହି ବୈଠକରେ ଆଇଏଏସ ପ୍ରୋବେସନର ଶ୍ରୀ ଅଭି ଜୈନ, ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ନିର୍ବାହୀ ଅଧିକାରୀ ଶ୍ରୀ ଦେବଦତ୍ତ ମହନ୍ତ ଯୋଗ ଦେଇଥିଲେ। ଏହି ବୈଠକରେ ନାବାର୍ଡ ଉନ୍ନୟନ ବ୍ୟାଙ୍କ ପ୍ରତିନିଧି ଶ୍ରୀ ଆଶୁତୋଷ ରଥ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କର ପ୍ରତିନିଧି ଶ୍ରୀମତୀ ମୌସୁମୀ ଦାଶ ବ୍ୟାଙ୍କିଙ୍ଗ୍ ସେକ୍ଟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।ଅନୁଗୋଳ ୟୁକୋ ବ୍ୟାଙ୍କର ଜିଲ୍ଲା ପ୍ରବନ୍ଧକ ଶ୍ରୀ ଦୀପକ ଚନ୍ଦ୍ର ସ୍ଵାଇଁ ସମସ୍ତଙ୍କୁ ସ୍ୱାଗତ କରିବା ସହ ବୈଠକ ପରିଚାଳନା କରିଥିଲେ । ଚଳିତ ଆର୍ଥିକ ବର୍ଷରେ କୃଷି କ୍ଷେତ୍ରରେ ମୋଟ ୨୪୬୪ କୋଟି ଟଙ୍କା ବ୍ୟାଙ୍କମାନେ ଋଣ ପ୍ରଦାନ କରିଥିଲେ । MSME କ୍ଷେତ୍ରରେ ଗତ ବର୍ଷ ଜିଲ୍ଲାରେ ମୋଟ ୪୧୬୦ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବ୍ୟାଙ୍କ ଅଫ୍ ବରୋଦା, ବ୍ୟାଙ୍କ ଅଫ୍ ଇଣ୍ଡିଆ, କାନାରା ବ୍ୟାଙ୍କ, ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଇଣ୍ଡିଆନ୍ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆକ୍ସିସ୍ ବ୍ୟାଙ୍କ, ବନ୍ଧନ ବ୍ୟାଙ୍କ, ଫେଡେରାଲ୍ ବ୍ୟାଙ୍କ, HDFC ବ୍ୟାଙ୍କ, ICICI ବ୍ୟାଙ୍କ, IDBI ବ୍ୟାଙ୍କ, IDFC First ବ୍ୟାଙ୍କ, କର୍ଣ୍ଣାଟକ ବ୍ୟାଙ୍କ, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ, Suryodaya ବ୍ୟାଙ୍କ, ESAF ବ୍ୟାଙ୍କ, ଉଜ୍ଜୀବନର ବ୍ୟାଙ୍କ ପ୍ରତିନିଧିପ୍ରମୁଖ ଅଂଶଗ୍ରହଣ କରିଥିଲେ । ଶେଷରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ମୋଟ ୧୦୯୭୨ କୋଟି ଟଙ୍କାର ବାର୍ଷିକ ଋଣ ଯୋଜନା ଗୃହୀତ ହୋଇଥିଲା ।




