ଧର୍ମେନ୍ଦ୍ରଙ୍କ ଜନ୍ମଦିନରେ ୧୭୫ ୟୁନିଟ୍ ରକ୍ତ ସଂଗ୍ରହ
ତାଳଚେର, ୨୬:୬ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିବସ ଉପଲକ୍ଷେ ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘ ପକ୍ଷରୁ ସଂଜଳ୍ପ ଦିବସ ପାଳନ କରାଯାଇଛି। ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବର ଦେଉଳବେଡ଼ା ଦୁର୍ଗା ପଡ଼ିଆସ୍ଥିତ ଡିସିଆଇ କ୍ଲବ୍ ପରିସରରେ ଅନୁଷ୍ଠିତ ହୋଇଛି! ଶିଳ୍ପାଞ୍ଚଳ ଶ୍ରମିକ ସଂଘର ସଭାପତି ତଥା ବିଜେପି ଜିଲ୍ଲା ଉପସଭାପତି ମନୋଜ କୁମାର ପ୍ରଧାନଙ୍କ ତତ୍ତ୍ବାବଧାନରେ ଶିବିରରେ ୧୭୫ ଜଣ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ବିଜେପି ଜିଲ୍ଲା ସଭାପତି ଯଯାତି କେଶରୀ ପଟ୍ଟନାୟକ ଓ ସମ୍ମାନିତ ଅତିଥି ଭାବେ ତାଳଚେର ନଗରପାଳ ପବିତ୍ର ଭୂତିଆ, ପ୍ରକାଶ ମହାରଣା, ପେସ୍କାର ଗଡ଼ନାୟକ, ରଙ୍ଗାଧର ନାହାକ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ କରି ରକ୍ତଦାନ ଶିବରକୁ ଶୁଭାରମ୍ଭ କରିଥିଲେ ଓ ତାଳଚେର ରତ୍ନଭଣ୍ଡାରର ଡା. ବିଜୟ କୁମାର ପାଢ଼ୀଙ୍କ ତତ୍ତ୍ୱାବଧାନରେ ଟେକ୍ନିସିଆନ ପ୍ରସନ୍ନ କୁମାର ବେହେରା, କୁମୁଦ ସବୁ ଗୋପନଚନ୍ଦ୍ର ବେହେରା ପ୍ରମୁଖ ରକ୍ତ ସଂଗ୍ରହ ଏବଂ ରାଜକିଶୋର ପ୍ରଧାନ, ଚନ୍ଦ୍ରମଣି ନାଏକ, ଛବିନ୍ଦ୍ର ମହାପାତ୍ର ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ।



