ଦଧିବାମନ ମହାପ୍ରଭୁ ଙ୍କୁ ଲିଗିହେଲା ତ୍ରିଫଳା ପାଞ୍ଚନ

ଭଟଲି (ଅଭିମନ୍ୟୁ ପଧାନ ): ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ଭଟଲିରେ ଶ୍ରୀ ଦଧିବାମନ ମହାପ୍ରଭୁ ସ୍ନାନପୂର୍ଣ୍ଣିମା ଦିନ ସ୍ନାନ କରିବା ପରେ ଅଣସର ପିଣ୍ଡିକୁ ଯିବା ବେଳେ ଦକ୍ଷିଣାଭିମୁଖୀ ହେଲା ସମୟରେ ବିଭୀଷଣ ବନ୍ଦାପନା କରାଯାଇଥିଲା । ପରେ ଶ୍ରୀଜିଉ ଅଣ ପିଣ୍ଡିରେ ବିଜେ କରିଥିଲେ। ମହାପ୍ରଭୁ ଶୀତଳ ଜଳରେ ଅତ୍ୟଧିକ ସ୍ନାନ ଯୋଗୁଁ ଜ୍ଵରରେ ପୀଡ଼ିତ ହୋଇଛନ୍ତି । ଏହି ଜ୍ଵର ଚିକିତ୍ସା ବିଧିରେ ଆୟୁର୍ବେଦୀୟ ପ୍ରଣାଳୀ ପଥ୍ୟ ଓ ପାଞ୍ଚନ ଔଷଧ ସେବନ କରିଥାନ୍ତି। ଆଷାଢ଼ କୃଷ୍ଣପକ୍ଷ କୃଷ୍ଣପକ୍ଷ ତୃତୀୟା ତିଥିରେ ମହାପ୍ରଭୁଙ୍କୁ ହରିଡ଼ା, ଅଁଳା ଓ ବାହାଡ଼ା ଫଳର ମିଶ୍ରଣରୁ ନିର୍ମିତ ତ୍ରିଫଳା ପାଞ୍ଚନ ଲାଗି କରାଯାଇ ଥିଲା । ପରମ୍ପରା କ୍ର କ୍ରମେ ବୈଦ୍ୟ ଗୋପୀନା ନାଏକଙ୍କ ତତ୍ତ୍ବାବଧାନରେ ଈଶ୍ଵର ନାଏକ ଏବଂ ରଞ୍ଜିତ ଞ୍ଜିତ ନାଏକ ଏହି ସେବା କରି କରିଥିଲେ। ଅଣସର ପିଣ୍ଡିରେ ୧୫ ଦିନ ଧରି ଶ୍ରୀଜିଉଙ୍କ ଅନେକ ଗୁପ୍ତଲୀଳା ହୋଇଥାଏ | ଦଧିବାମନ ମହାପ୍ରଭୁଙ୍କୁ ଅଣସର ପିଣ୍ଡିରେ ଚୁଆ, ଚନ୍ଦନ, କର୍ପୂର, କସ୍ତୁରୀର ସମ୍ମିଶ୍ରଣରେ ପ୍ରସ୍ତୁତ କରାଳ ଚନ୍ଦନ, ଓ କେବଳ ଶୁକ୍ଳ ଫୁଲ ଲାଗିହୁଏ | ଏହି ୧୫ ଦିନ ମହାପ୍ରଭୁଙ୍କୁ ପଥି ଭାବରେ ପକ୍ବଫଳ, ରମ୍ଭାଫଳ, ଗଜାମୁଗ, ଛେନା, କର୍ପୂର ଓ କ୍ଷୀର ସହ ମିଶ୍ରିତ ମିଶ୍ରି ପଣା ମଣୋହୀ କରାଯାଏ। ଅଣସର ପିଣ୍ଡିରେ ଶ୍ରୀମୁଖ ଦର୍ଶନ ନିଷେଧ ଥିବାରୁ କେବଳ ମନ୍ଦିର ପୁରୋହିତମାନଙ୍କ ଦ୍ବାରା ମହାପ୍ରଭୁଙ୍କ ସେବା କରାଯାଏ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-2-scaled.jpg)
