ରାଜରାସ୍ତାରେ ଲୁଟ୍ ଅଭିଯୋଗରେ ଦୁଇଗିରଫ ଓ ଦୁଇଜଣ ଫେରାର।
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ରରେ ଦିନକୁ ଦିନ ବୃଦ୍ଧି ପାଉଛି ଅପରାଧ। ରାଜରାସ୍ତାରେ ଲୋକଙ୍କୁ ବିଭିନ୍ନ ପ୍ରକାରର ମାରଣାସ୍ତ୍ର ଦେଖାଇ କରୁଛନ୍ତି ଲୁଟ୍। ସେହିଭଳି ଏକ ଲୁଟ୍ ଘଟଣାରେ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବଡ଼ବିଲ ପୋଲିସ୍। ସୂଚନା ଅନୁଯାୟୀ ଆଉରଙ୍ଗଜେବ ଆନସାରୀ ନାମକ ଯୁବକ ରୁଗୁଢ଼ୀ ରୁ ବଡ଼ବିଲ ଅଭିମୁଖେ ଆସୁଥିବା ବେଳେ ଚାରିଜଣ ଯୁବକ ତାକୁ ରୋଇଡା ନିକଟରେ ଅଟକାଇ ଛୁରୀ ଭୁଜାଲି ଦେଖାଇ ଦୁଇଟି ମୋବାଇଲ ଫୋନ୍ ଓ ନଗଦ ୨୫,୦୦୦ ଟଙ୍କା ଲୁଟ୍ କରିଥିବା ନେଇ ବଡ଼ବିଲ ଥାନାରେ ଅଭିଯୋଗ କରିଥିଲେ ଉକ୍ତ ଘଟଣାର ତଦନ୍ତ କରି ବଡ଼ବିଲ ପୋଲିସ୍ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଦୁଇଜଣ ଫେରାର ହୋଇଯାଇଥିବା ନେଇ ସୂଚନା। ଗିରଫ ଅଭିଯୁକ୍ତ ମାନଙ୍କ ପାଖରୁ ପୋଲିସ୍ ଦୁଇଟି ମୋବାଇଲ ଫୋନ୍, ଗୋଟିଏ ପକେଟ୍ ଛୁରୀ ଓ ନଗଦ ଦୁଇ ହଜାର ଜବତ୍ କରିଥିବା ନେଇ ସୂଚନା।ଗିରଫ ଅଭିଯୁକ୍ତ ରୋହିତ ଲୋହାର ଓ ଜିତେନ୍ ମୁଣ୍ଡାକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ବଡ଼ବିଲ ପୋଲିସ୍ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



