ଆଇ. ଆଇ ୱା. ଡି ଦ୍ୱାରା ବିଶ୍ୱ ପରିବେଶ ଦିବସ ଓ ବୃକ୍ଷ ରୋପଣ ସମlପନ
ଅଦ୍ୟ ତା 4.7.26 ରିଖ ଶନିବାର ଦିବା 11 ଘଟିକା ସମୟରେ ଇନ୍ଦିପୁର ସଛୀଦାନନ୍ଦ ଉଚ୍ଚ ମlଧ୍ୟମିକ ବିଦ୍ୟାଳୟ ରେ ବିଶ୍ୱ ଯୁବ କେନ୍ଦ୍ର ନୂଆଦିଲ୍ଲୀ, ଫାଂସା ଇଣ୍ଡିଆ ଏବଂ ଇଣ୍ଡିଆନ ଇନ୍ଷ୍ଟିଟ୍ୟୁଟ ଅଫ ୟୁଥ ଡେଭେଲପମେଣ୍ଟ ଦ୍ୱାରା ବୃକ୍ଷ ରୋପଣ ଓ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ପ୍ରିସିପାଲ ଶ୍ରୀଯୁକ୍ତ ପ୍ରଦୀପ କୁମାର ମିଶ୍ର ସଭାପତି ଭାବରେ ବୃକ୍ଷ ରୋପଣ ର ଉପକାରିତା ଏବଂ ପରିବେଶ ଉପରେ ତାର ପ୍ରଭାବ ସମ୍ବନ୍ଧରେ ସାର ଗର୍ଭକ ତଥ୍ୟ ପ୍ରଦାନ କରିଥିଲେ l ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ଶିକ୍ଷାବିତ ପ୍ରଭାତ କୁମାର ସାମଲ ଯୋଗଦେଇ ମାଆ ପାଇଁ ଗଛଟିଏ ସ୍ଲୋଗାନ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ବୃକ୍ଷ ରୋପଣ ନିମନ୍ତେ ଉତ୍ସାହିତ କରିଥିଲେ l ସନମାନିତ ଅତିଥି ଭାବରେ ସମାଜସେବୀ ପ୍ରକାଶ କୁମାର ଦାଶ ଯୋଗଦେଇ ପାଞ୍ଚପାଣ୍ଡବଙ୍କୁ ହାତର ପାଞ୍ଚ ଆଙ୍ଗୁଳି ଓ ଦ୍ରୌପଦୀ ଙ୍କୁ ପାପୁଲି ଆଖ୍ୟା ଦେଇ ପରିବେଶ ସୁରକ୍ଷା ସମ୍ବନ୍ଧରେ ବୁଝାଇଥିଲେ l ଆଇ. ଆଇ ୱାଇ ଡି ର ସଭ୍ୟ ଏବଂ ଆଶୀର୍ବାଦ ସଂଗଠନ ର ନିର୍ଦେଶକ ଶ୍ରୀ ଅମ୍ବିକା ପ୍ରସାଦ ମିଶ୍ର ପରିବେଶ ର ଚାରୋଟି ଉପାଦାନ ଯଥା ଜଳ, ପରିମଳ, ସ୍ୱଚ୍ଛତା ଓ ବୃକ୍ଷ ରୋପଣ ବିଷୟରେ ସୂଚନା ଦେଇଥିଲେ ଏବଂ ଆଦିମ ଯୁଗ ର ଖାଦ୍ୟ, ବସ୍ତ୍ର, ବାସଗୃହ ଆଧୁନିକ ଯୁଗରେ କିପରି ଯଥେଷ୍ଟ ବିକାଶ ହେଇଛି ହେଲେ ଆଦିମ ଯୁଗର ପରିମଳ ସମ୍ବଧୀୟ କୁଅଭ୍ୟାସ କିପରି ଆଜି ବି ଆମର ରହିଛି ଏବଂ ସେଥିପାଇଁ ( ଆ. ମା. ପା. ପ. ଖା ) ଯଥା ଆଙ୍ଗୁଳି, ମାଛି. ପାଣି. ପବନ ଓ ଖାଦ୍ୟ କିପରି ଦୂଷିତ ହେବା ସହିତ ପରିବେଶ ଓ ଜଳବାୟୁ ଦୂଷିତ ହେଉଛି ଆଉ ତାର ପ୍ରଭାବରେ କିପରି ଆମର ସ୍ୱାସ୍ଥ୍ୟ ଖରାପ ହେଉଛି ହୃଦୟ ସ୍ପର୍ଶୀ ଆଲୋଚନା କରିଥିଲେ l ଅନବରତ ବର୍ଷା ଓ ପ୍ରତିକୂଳ ପାଗ ସତ୍ୱେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଅଧ୍ୟାପକ, ଅଧ୍ୟାପିକା ତଥା କର୍ମଚାରୀଙ୍କୁ ମିଶାଇ 212 ଜଣ ଅଂଶ ଗ୍ରହଣ କରିଥିଲେ ଓ ପରିସର ମଧ୍ୟରେ ଜାମୁ, ଅଁଳା, ନିମ୍ବ, ବରକୋଳି, ବଉଳ , ଆତ ଇତ୍ୟାଦି 52 ଗୋଟି ବୃକ୍ଷ ରୋପଣ କରିଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମରେନ୍ଦ୍ର ସିଂ, ପ୍ରଫୁଲ୍ଲ ନାୟକ ଡ. ପୁଷ୍ପଲତା ରଥ, ଦୀପ୍ତିବାଳା ମିଶ୍ର, ପ୍ରଦୀପ୍ତ ସ୍ୱାଇଁ , ଶ୍ରୀକାନ୍ତ ରାଉତ,ଆଶିଷ ପଣ୍ଡା, ଶଶିକାନ୍ତ କର, ଦେବୀପ୍ରସାଦ ପତି, ସୁଶୀଲ ନାୟକ, ସୁଧୀର ମହାପାତ୍ର, ନିହାର ରଞ୍ଜନ ମଲ୍ଲିକ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମ କୁ ସଫଳ କରିବାରେ ପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ l

July 4, 2026/
No Comments


