ପ୍ରବଳ ବର୍ଷା ସମୟରେ ଜୋରଗଡ଼ିଆ ଡ଼ିବିରି ହଟିଙ୍ଗ ଓ ତଳବାହାଳ ଠାରେ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ସହାୟତା
ଜୁଲାଇ 5, 2026: ନିକଟରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ଜୋରାଗଡ଼ିଆ ସ୍ଥିତ ଡିବିରୀ ହଟିଂ ବସ୍ତିରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିଲା, ଯାହା ଫଳରେ ଅନେକ ପରିବାର ପ୍ରଭାବିତ ହୋଇଥିଲେ।
ଗାଁରୁ ବର୍ଷାଜଳ ନିଷ୍କାସନ ପାଇଁ ଜାତୀୟ ରାଜପଥ ତଳେ ଏକ ପାଇପଲାଇନ୍ ଥିଲେ ମଧ୍ୟ, ନିକଟସ୍ଥ ଏକ ବ୍ୟକ୍ତିଗତ ଜମିରେ ସମ୍ପ୍ରତି ମାଟି ପକାଯାଇଥିବାରୁ ଏହାର ନିଷ୍କାସନ ପଥ ବନ୍ଦ ହୋଇଯାଇଥିଲା।
ପରିସ୍ଥିତିର ଗୁରୁତ୍ୱକୁ ବୁଝି ଟାଟା ଷ୍ଟିଲ୍ ଫାଉଣ୍ଡେସନ୍, ବନରପାଲ ବ୍ଲକ ପ୍ରଶାସନ ଏବଂ ନୂଆହତା ସରପଞ୍ଚଙ୍କ ପ୍ରତିନିଧି ଅଶୋକ ଧୀରଙ୍କ ସହଯୋଗରେ ଏକ ଜେସିବି ନିୟୋଜିତ କରି ଡ୍ରେନ୍ ସଫା କରିଥିଲା, ଫଳରେ ଜମି ରହିଥିବା ପାଣି ନିଷ୍କାସନ ହୋଇପାରିଥିଲା।
ଏହାସହ ପ୍ରଭାବିତ ୨୦ଟି ପରିବାରଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା I ସେହି ପରି ତଳବାହାଳ ଠାରେ ରେ ମଧ୍ୟ ଟାଟା ଷ୍ଟିଲ ପକ୍ଷରୁ ଜେସିବି ଲଗାଇ ଜଳ ମଗ୍ନ ଅଞ୍ଚଳରୁ ପାଣି ବାହାର କରିବାରେ ସାହାଯ୍ୟ କରାଯାଇଥିଲା ଏବଂ ନଅଟି ପରିବାରକୁ ଶୁଖିଲା ଖାଦ୍ୟ ଦିଆଯାଇ ଥିଲା I ବସ୍ତି ବାସିନ୍ଦା ଟାଟା ଷ୍ଟିଲ ଫାଉଣ୍ଡେସନର ଯଥା ସମୟରେ ସହାୟତାକୁ ପ୍ରଶଂସା କରିଥିଲେ I



