ଦେଉଳବେଡ଼ା ଡ଼ାକଘରେ ଡ଼ାକା
ତାଳଚେର, ୦୯/୦୭ ତାଳଚେର ବ୍ଲକ କୋଲିୟରି ଥାନା ଅନ୍ତର୍ଗତ ଦେଉଳବେଡ଼ା ସ୍ଥିତ ଡ଼ାକଘରୁ ଦୃର୍ବୁତମାନେ ବିଳମ୍ବିତ ରାତ୍ରିରେ ଫାଟକ ଡ଼େଇଁ କବାଟକୁ ଭାଙ୍ଗି ବିଭିନ୍ନ ସାମ୍ରଗୀ ରାତିରେ ଲୁଟି ନେଇଥିବା ଘଟଣା ଦେଉଲବେଡ଼ାରେ ଚହଳ ପକାଇଦେଇଛି । ଘଟଣାରୁ ପ୍ରକାଶ ଗତକାଲି ବିଳମ୍ବିତ ରାତିରେ ଦୃର୍ବୁତମାନେ ଡ଼ାକ ଘରେ ରହିଥିବା ଏକ କାଠବାକ୍ସ, କମ୍ପୁଟର ଆସୋସରିଜ୍, ଇନଭେଟର ଇତ୍ୟାଦି ଯାହାର କି ଆନୁମାନିକ ମୂଲ୍ୟ ପ୍ରାୟ ୫୦ହଜାର ଟଙ୍କାର ସାମଗ୍ରୀ ଦୃର୍ବୁତମାନେ ନେଇ ଚାଲିଥିବାଜଣାପଡ଼ିଛି । ଡ଼ାକଘରକୁ କର୍ମଚାରୀମାନେ କାର୍ଯ୍ୟାଳୟରେ ପଂଚିବାପରେ ଏଭଳି ଦୃଶ୍ୟ ଦେଖି ପୋଲିସ୍କୁ ଜଣାଇଥିଲେ । ଲିଖିତ ଅଭିଯୋଗ ଅନୁସାରେ କୋଲିୟରୀ ପୋଲିସ୍ ସେଠାରେ ପଂହଚି ଅନୁସନ୍ଧାନ ଜାରି ରଖିଥିବା ଜଣାପଡ଼ିଛି । ଏସମ୍ପର୍କରେ କୋଲିୟରୀ ଥାନା ଅଧିକାରୀଙ୍କୁ ଫୋନ ମାଧ୍ୟମରେ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ କଲଟି ଉଠାଇନଥିଲେ ।



