ଖଣି ମାଫିଆ ମାନଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି ଯୋଡ଼ା ଖଣିମଣ୍ଡଳ, ଖଣିଜ ବୋଝେଇ ଟ୍ରେଲର ଓ ଜେସିବି ମେସିନ ଜବତ,ଦୁଇ ଗିରଫ
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ା ଖଣି ମଣ୍ଡଳ ସତେ ଯେମିତିକି ଖଣି ମାଫିଆ ମାନଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି। କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳ ତଥା ବାମେବ।ରି ଥାନା ଅନ୍ତର୍ଗତ ନୟାଗଡ଼ ଅଞ୍ଚଳରେ ଖଣିବିଭାଗ ଓ ପୋଲିସ ମିଳିତ ଚଢଉକରି ଏକ ଚୋରା ଖଣିଜ ବୋଝେଇ ଟ୍ରେଲର ସହ ଜେସିବି ମେସିନ ଜବତ କରିଛି ନୟାଗଡ଼ ରେଳ ସାଇଡ଼ିଂ ନିକଟ ଅଞ୍ଚଳରେ ପୂର୍ବରୁ ଗଚ୍ଛିତ ଥିବା ଉଚ୍ଚ ମାନର ଖଣିଜ ପଦାର୍ଥରୁ ଖଣି ମାଫିଆ ମାନେ ମେସିନ ଯୋଗେ ଚୋରା ଚାଲାଣ କରିବା ପାଇଁ ଟ୍ରଲର ରେ ଲୋଡ୍ କରୁଥିବା ବେଳେ ଖବର ପାଇ ପୋଲିସ ଓ ଖଣି ବିଭାଗ ପକ୍ଷରୁ ସେଠାରେ ଚଢଉ କରାଯାଇ ଥିଲା ।ଏହି ଚଢାଉ ରେ ଖଣିଜ ବୋଝେଇ ହୋଇଥିବା ଟ୍ରେଲର ବୋଝେଇ କାର୍ଯ୍ୟରେ ବ୍ୟବହୃତ ଥିବା ଜେସିବି ମେସିନକୁ ଜବତ କରା ଯିବା ସହିତ ଏଥିରେ ସଂପୃକ୍ତ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା।ଅଭିଯୁକ୍ତ ମାନେ ପଡୋଶୀ ଝାଡ଼ଖଣ୍ଡ ରାଜ୍ୟ ଲୋହାରଡଗା ଜିଲ୍ଲାର ହୋଇଥିବା ନେଇ ସୂଚନା। ଏ ନେଇ ବାମେବ।ରି ଥାନାରେ କେସ ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା।ଉକ୍ତ ନୟାଗଡ଼ ରେଳ ସାଇଡିଙ୍ଗ ନିକଟ ବିଭିନ୍ନ ଘରୋଇ ଜମିରେ ବହୁ ବର୍ଷ ପୂର୍ବରୁ ବହୁ ପରିମାଣର ଉଚ୍ଚ ମାନର ଖଣିଜ ଗଚ୍ଛିତ ହୋଇ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି ।ଉକ୍ତ ଖଣିଜ ପଦାର୍ଥର କେହି ଦାବିଦାର ନ ଥିବାରୁ ଏହା ଉପରେ ଚୋରା ମାନଙ୍କ ର ଲଲୁପ ଦୃଷ୍ଟି ପଡ଼ିଥିବା ବେଳେ ଏସବୁ ସ୍ଥାନ ମାନଙ୍କରେ ଖଣି ମାଫିଆ ମାନଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



