କେନ୍ଦୁଝର ଜିଲ୍ଲାରେ ଦନ୍ତାହାତୀ ଆକ୍ରମଣରେ ଜଣେ ବୃଦ୍ଧମୃତ।
କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ତଥା କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ାଥାନା ଅନ୍ତର୍ଗତ ଯୋଡା ସେକ୍ସନର ଗୁରୁବେଡଡା ଗ୍ରାମରେ ଜଣେ ବୃଦ୍ଧ ଶୋଇଥିବା ବେଳେ ଜଙ୍ଗଲି ଦନ୍ତାହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିବା ନେଇ ସୂଚନା। ଘର ବାହାରେ ଯାତ୍ରା ମୁଣ୍ଡା ସୋଇଥିବା ବେଳେ ଦନ୍ତାହାତୀଟି ଆସି ତାଙ୍କୁ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଥିବା ନେଇ ସୂଚନା ।ଉକ୍ତ ଦନ୍ତାହାତୀ ଟି ଚମ୍ପୁଆ ରେଞ୍ଜ ବାଲିବନ୍ଧ ସେକ୍ସନ ବୈତରଣୀ ନଦୀ ପାରି କରି ଗୁରୁବେଡ। ଜଙ୍ଗଲକୁ ଚାଲିଯାଇଛି ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଶରୀରକୁ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇଥିବା ବେଳେ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା ନେଇ ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



