।
ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫପାଣ୍ଠିରୁ କ୍ୟାନସର ରୋଗୀଙ୍କୁ ୩ଲକ୍ଷଟଙ୍କା ସହାୟତା
ତାଳଚେର, ୧୨/୦୭ ତାଳଚେର ପୌରପରିଷଦର ବନମାଳି ମହାରଣା କ୍ୟାନସର ପିଡ଼ୀତ ହୋଇ ଭୂବନେଶ୍ୱର ସୋମ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି ରୋଗରେ ଆକ୍ରାନ୍ତ ହୋଇ ବନମାଳିଙ୍କ ପରିବାର ଆର୍ଥିକ ସଙ୍କଟରେ ଗତିକରୁଛନ୍ତି । ଏଭଳି ପରିସ୍ଥିତିରେ ଢ଼େଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଜିଲ୍ଳା ବିଜେପି ସଭାପତି ଜଣାଇଥିଲେ । ଜୁନମାସ ୮ତାରିଖରେ ସାଂସଦ ଶ୍ରୀ ପାଣି ଏହି ଚିକିତ୍ସା ପାଇଁ ଆର୍ଥିକ ସଙ୍କଟ ଦୁର୍ବଳ ରହିଥିବାରୁ ଜାତୀୟ ରିଲିଫ ପାଣ୍ଠିକୁ ଚିଠି ଲେଖିବା ସହ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିଥିଲେ, ଫଳସ୍ୱରୂପ ଜୁନମାସ ୧୬ ତାରିଖରେ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିରୁ ବନମାଳିଙ୍କ ଚିକିତ୍ସା ପାଇଁ ୩ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇଦେବା ସହ ଏକ ପତ୍ରମାଧ୍ୟମରେ ବନମାଳିଙ୍କୁ ପରିବାରକୁ ଆରୋଗ୍ୟ କାମନା ଦେଇଛନ୍ତି । ପରିବାର ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସାଂସଦ ଶ୍ରୀ ପାଣି, ଜିଲ୍ଲା ସଭାପତି ଜଯାତି ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।



