
ଚକ୍ରତୀର୍ଥରେ ଜଳଛତ୍ର। ବ୍ୟବସ୍ଥା କଲେ ଭଟଲି ବ୍ଲକ ଶିକ୍ଷା ପରିବାର।ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ବଣ୍ଟନ
ବରଗଡ (ପବିତ୍ର ମେହେର)::ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ରତଥା ଚକ୍ରତୀର୍ଥ ଭଟଲିରେ ପବିତ୍ର ବାହୁଡ଼ା ଯାତ୍ରା ସମୟରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଉଦ୍ଦେଶ୍ୟରେ ଭଟଲି ବ୍ଲକ ଶିକ୍ଷା ପରିବାର ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ଭାରତୀୟ ସ୍କାଉଟ୍ ଗାଇଡ ଓ ଜୁନିଅର୍ ରେଡକ୍ରସ ସଦସ୍ୟ ଓ କାଉନସେଲରଙ୍କ ସକ୍ରିୟ ସହଯୋଗରେ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ତହସିଲଦାର ରାମକୃଷ୍ଣ ମିଶ୍ର ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ।

ସ୍ଥାନୀୟ ସତିହାରୀ ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଚନ୍ଦ୍ରମା ଡନସନାଙ୍କ ନିର୍ଦ୍ଦେଶାନୁକ୍ରମେ ସତିହାରୀ ବାଳିକା ହାଇସ୍କୁଲର ଛାତ୍ରୀ, ଜୁନିଅର୍ ରେଡକ୍ରସର ସଦସ୍ୟ,ସ୍କାଉଟ ଓ ଗାଇଡ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଏବିଇଓ ରୀତାରାଣୀ ତ୍ରିପାଠୀ,ଜୁନିଅର୍ ରେଡକ୍ରସ କାଉନସେଲର ଜ୍ୟୋତ୍ସ୍ନା ମହାନନ୍ଦ, ସ୍ଵପ୍ନା ସାହୁ,ତନୟା ଭୁଏ,କ୍ରୀଡ଼ା ଶିକ୍ଷକ ପ୍ରଦୀପ ପ୍ରଧାନ,ଗର୍ଜନ ସା ଅମ୍ବାଭୋନା ବ୍ଲକର ଜୁନିଅର୍ ରେଡକ୍ରସ କାଉନସେଲର ସଞ୍ଜୟ ଖମାରୀ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ସ୍ବଚ୍ଛତା ପ୍ରତି ଦୃଷ୍ଟି ଦେଇ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କୁ ଓଆରଏସ୍ ଦ୍ରବଣ ,ବିଶୁଦ୍ଧ ପାନୀୟ ଜଳ ଓ ଗ୍ଲୁକୋଜ ପାଣି ବଣ୍ଟନ କରାଯାଇଥିଲା। ଭଟଲି ବ୍ଲକ ଶିକ୍ଷା ପରିବାର ତଥା ସ୍ଥାନୀୟ ସତିହାରୀ ବାଳିକା ହାଇସ୍କୁଲର ଏପରି ଜନ କଲ୍ୟାଣକାରୀ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।




