ପାର୍ଶ୍ୱ ପରିବର୍ତ୍ତନ ବଡ଼ ଏକାଦଶୀରେ ହନୁମାନଙ୍କ ବିଶେଷ ପୂଜା
ଢେଙ୍କାନାଳ: ପବିତ୍ର ପାର୍ଶ୍ୱ ପରିବର୍ତ୍ତନ ବଡ଼ ଏକାଦଶୀ ଓ ମଙ୍ଗଳବାର ଅବସରରେ ଢେଙ୍କାନାଳ ମହାବୀର ବଜାରସ୍ଥିତ ହନୁମାନ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା ଓ ନୀତିକାନ୍ତି ପାଳିତ ହୋଇଛି।
ପ୍ରାତଃ ସମୟରୁ ମଙ୍ଗଳ ଆଳତି, ମାଜଣା ଓ ମହାସ୍ନାନ ନୀତି ପରେ ହନୁମାନଙ୍କୁ ନୂତନ ବସ୍ତ୍ର ଓ ବିଭିନ୍ନ ଫୁଲହାରରେ ସୁସଜ୍ଜିତ କରାଯାଇଥିଲା। ପରେ ବିଭିନ୍ନ ଭୋଗ ଲାଗି ସହ ମଧ୍ୟାହ୍ନରେ ଅନ୍ନଧୂପ ଅର୍ପଣ କରାଯାଇଥିଲା।
ସନ୍ଧ୍ୟାରେ ଆଳତି ଏବଂ ରାତ୍ରିରେ ରାତ୍ରଧୂପ ପରେ ପହଡ଼ ନୀତି ସମ୍ପନ୍ନ ହେବ। ଏହି ଅବସରରେ ମନ୍ଦିର ପରିସରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।



