ସଟ୍ସାରକିଟ୍ ଯୋଗୁଁ ନିଆଁଲାଗି ଆସବାବପତ୍ର ପୋଡ଼ି ଛାରଖାର୍
ତାଳଚେର, ୨୭/୦୭ ତାଳଚେର ବ୍ଲକ ଅନ୍ତର୍ଗତ କଣ୍ଢାଳ ପଂଚାୟତ ତାଳବେଡ଼ା ଗ୍ରାମରେ ଆଜି ଘଟି ଯାଇଛି ଏକ ଅଘଟଣ । ଘରର ପରିବାରବର୍ଗ ଗୋବିନ୍ଦ ଦଳବେହେରା (୨୮) ତାଙ୍କ ପରିବାରକୁ ନେଇ ଘରେ ତାଲାପକାଇ ଚିକିତ୍ସା ନିମନ୍ତେ ଯାଇଥିଲେ । ଏହି ସମୟରେ କୌଣସି କାରଣରୁ ଘରେ ସଟସାରକିଟ୍ ହେବା ଫଳରେ ଘର ଭିତରେ ଥିବା ନୂତନ ଫ୍ରିଜ୍, କୁଲର୍, ପଲଙ୍କ, ଲୁଗାପଟା ଓ ବିଭିନ୍ନ ସାମଗ୍ରୀ ପୋଡ଼ି ନଷ୍ଟ ହେବା ସହିତ ଘରର କବାଟ ଝରକା ମଧ୍ୟ ବାଦ୍ ପଡ଼ିନଥିଲା । ଏହି ଖବରପାଇ ଶ୍ରୀ ବେହେରା ତୁରନ୍ତ ଘରକୁ ଯାଇ ଦେଖିବା ପରେ ଘର ଭିତର ହୁହୁ ହୋଇ ନିଆଁ ଜଳୁଥିଲା । ତୁରନ୍ତ ଅଗ୍ନିଶମ ବାହିନୀକୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ଓ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପଂହଚି ନିଆଁକୁ ଆୟତ କରିଥିଲେ, କିନ୍ତୁ ସେତବେଳକୁ ସବୁ ପୋଡ଼ି ଛାରଖାର ହୋଇଯାଇଥିଲା । ତାଙ୍କର ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ନଥିବାରୁ ସରକାରଙ୍କ ପକ୍ଷରୁ ସହାୟତା ରାଶି ଯୋଗାଇ ଦିଆଯିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି ।

July 27, 2026/
No Comments


