ଦରମା ପ୍ରଦାନକୁ ନେଇ ଜିଏମ ଅଫିସ ସମ୍ମୁଖରେ ଗଣଧାଣା
ତାଳଚେର, ୨୭/୦୭ ପବିତ୍ର ମୋହନ ସରକାରୀ ମେଡ଼ିକାଲ କଲେଜରେ ନର୍ସମାନେ ଆଜକୁ ଦୁଇମାସ ବିତିଯାଇଥିଲେ ମଧ୍ୟ ଦରମା ମିଳିନଥିବାରୁ ଆଜି ସକାଳୁ କାର୍ଯ୍ୟରତ ସମସ୍ତ ନର୍ସମାନେ ଜଗନ୍ନାଥ ଜିଏମ ଅଫିସ୍ ସମ୍ମୁଖରେ ଗଣଧାରଣା ଦେଇଥିବା ଦେଖିବାକୁ ମିଳିଛି । ସେମାନଙ୍କ ଅଭିଯୋଗ କ୍ରମେ ଦୁଇମାସ ହେବ ଦରମା ନପାଇବାରୁ ଘରଭଡ଼ା ପ୍ରଦାନ କରିପାରୁ ନାହନ୍ତି । ଫଳରେ ଘରମାଲିକକୁ ଭଡ଼ା ଦେଇ ପାରୁନାହାନ୍ତି । ସେମାନଙ୍କର ପିଲାଛୁଆଙ୍କୁ ପୋଷିବା ପାଇଁ ଅକ୍ଷମ ହେଉଛନ୍ତି ବୋଲି ସେମାନେ ଦୁଃଖର ସହ ପ୍ରକାଶ କରିଛନ୍ତି । ରୋଗୀମାନଙ୍କୁ ରୋଗୀଙ୍କୁ ନିସ୍ୱାର୍ଥପର ଭାବେ ସେବା ଯୋଗାଇ ଆସୁଥିବା ବେଳେ ସେମାନେ ଆଜି ଦୁଃଖରେ କାଳତିପାତ କରୁଥିବା ପରିତାପର ବିଷୟ ହୋଇପଡ଼ିଛି । ସେମାନେ ପ୍ରତିମାସରେ ଦରମା ସଠିକ୍ ଭାବେ ନପାଇଲେ ଏହି ଗଣଧାରଣା ଚାଲୁ ରହିବ ବୋଲି ସେମାନେ ଅଡ଼ି ବସିଛନ୍ତି ।

July 27, 2026/
No Comments


