ଶ୍ରୀଲଙ୍କା ଗସ୍ତ ପାଇଁ ୧୫ ଜଣିଆ ଭାରତୀୟ ଟେଷ୍ଟ ଦଳ ଘୋଷଣା; ଜାଡେଜାଙ୍କ ପ୍ରତ୍ୟାବର୍ତ୍ତନ, ସରାଂଶ ଜୈନଙ୍କୁ ପ୍ରଥମ ସୁଯୋଗ
ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷରେ ହେବାକୁ ଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଦଳ ଘୋଷଣା କରିଛି। ଆହତରୁ ସୁସ୍ଥ ହୋଇ ଅନୁଭବୀ ଅଲ୍ରାଉଣ୍ଡର ରବୀନ୍ଦ୍ର ଜାଡେଜା ଦଳକୁ ଫେରିଥିବାବେଳେ, ମଧ୍ୟପ୍ରଦେଶର ଯୁବ ସ୍ପିନ୍ ଅଲ୍ରାଉଣ୍ଡର ସରାଂଶ ଜୈନ ପ୍ରଥମ ଥର ପାଇଁ ଜାତୀୟ ଦଳରେ ସ୍ଥାନ ପାଇଛନ୍ତି।
ଶ୍ରୀଲଙ୍କାର ସ୍ପିନ୍ ସହାୟକ ପିଚ୍କୁ ଦୃଷ୍ଟିରେ ରଖି ଜାଡେଜାଙ୍କ ଅଭିଜ୍ଞତା ଭାରତ ପାଇଁ ବଡ଼ ଶକ୍ତି ହେବ ବୋଲି ମନେ କରାଯାଉଛି। ଅନ୍ୟପଟେ, ୱାଶିଂଟନ୍ ସୁନ୍ଦର ଆହତ ଥିବାରୁ ସରାଂଶ ଜୈନଙ୍କୁ ଦଳରେ ସୁଯୋଗ ମିଳିଛି।
ସିରିଜ୍ ଆରମ୍ଭ ପୂର୍ବରୁ ଭାରତୀୟ ଦଳ ଅଗଷ୍ଟ ୭ରୁ କଲମ୍ବୋରେ ଚାରି ଦିନିଆ ଅଭ୍ୟାସ ମ୍ୟାଚ୍ ଖେଳିବ। ସାଇ ସୁଦର୍ଶନ ଓ ଜସପ୍ରୀତ ବୁମ୍ରାଙ୍କ ଅନ୍ତିମ ଉପଲବ୍ଧତା ତାଙ୍କର ଫିଟନେସ୍ କ୍ଲିୟାରେନ୍ସ ଉପରେ ନିର୍ଭର କରିବ।
ସିରିଜ୍ର ପ୍ରଥମ ଟେଷ୍ଟ ଗାଲେରେ ଅଗଷ୍ଟ ୧୫ରୁ ୧୯ ପର୍ଯ୍ୟନ୍ତ ଖେଳାଯିବ। ଦ୍ୱିତୀୟ ଓ ଶେଷ ଟେଷ୍ଟ ଅଗଷ୍ଟ ୨୩ରୁ ୨୭ ପର୍ଯ୍ୟନ୍ତ କଲମ୍ବୋରେ ଅନୁଷ୍ଠିତ ହେବ।
ଭାରତୀୟ ଦଳ: ଶୁଭମନ୍ ଗିଲ୍ (ଅଧିନାୟକ), କେ.ଏଲ୍. ରାହୁଲ (ଉପ-ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, ଋଷଭ ପନ୍ତ, ସାଇ ସୁଦର୍ଶନ, ଧ୍ରୁବ ଜୁରେଲ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମାନବ ସୁଥାର, ଜସପ୍ରୀତ ବୁମ୍ରା, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା, ଗୁରନୂର ବ୍ରାର, ଦେବଦତ୍ତ ପାଡିକଲ ଏବଂ ସରାଂଶ ଜୈନ।



