ପ୍ରଶାସନର ତତ୍ପରତା ଯୋଗୁ, କାନପୁର ଡ୍ୟାମ୍ ପ୍ରଖର ସ୍ରୋତରେ ଭାସିଯାଇଥିବା ଦୁଇ ଯୁବକ ଉଦ୍ଧାର

କେନ୍ଦୁଝର ଜିଲ୍ଲାରେ ନିର୍ମାଣଧୀନ କାନପୁର ଡ୍ୟାମର ମୂଖ୍ୟ କେନାଲର ପ୍ରଖର ସ୍ରୋତରେ ଭାସିଗଲେ ଦୁଇଯୁବକ। ପ୍ରଶାସନର ତତ୍ପରତା ଯୋଗୁ ଉଦ୍ଧାର ପାଇଲେ ଦୁଇଯୁବକ। ଗାଧୋଇବା ବେଳେ ପ୍ରଥମେ ଜଣେ ଭାସିଯିବା ବେଳେ, ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଜଣେ ଭାସିଯାଇଥିଲା କେନାଲରେ କିଛି ବାଟ ଭାସି ପୃଥକ୍ ପୃଥକ୍ ଦୁଇଟି ଗଛକୁ ଜାବୁଡ଼ିଧରି କେନାଲ ଭିତରେ ଫସି ରହିଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଦୁଇଜଣକୁ ଯୁବକକୁ ଉଦ୍ଧାର କରିଥିବା ନେଇ ସୂଚନା । ଘଟଣା ସମ୍ପର୍କରେ ଖବର ପାଇ ଆଞ୍ଚଳିକ ପ୍ରଶାସନ ଅଧିକାରୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀର କର୍ମଚାରୀ ମାନଙ୍କ ସହାୟତାରେ ଦୁଇ ଯୁବକଙ୍କୁ ଉଦ୍ଧାର କରିଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



