ତୀର୍ଥବାସୀ ଫାଉଣ୍ଡେସନ ପକ୍ଷରୁ ତାଳଚେର ସ୍ୱାସ୍ଥ୍ୟ ଅଭିଯାନ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ
Date-01/08/26ତାଳଚେର:-ସ୍ୱାସ୍ଥ୍ୟ ସଚେତନତା ଓ ଜନସ୍ୱାସ୍ଥ୍ୟ ସେବାକୁ ମୂଳ ଉଦ୍ଦେଶ୍ୟ ନେଇ ତିର୍ଥବାସୀ ଫାଉଣ୍ଡେସନ ଆଗାମୀ ଅଗଷ୍ଟ ୧୫ ତାରିଖ ଠାରୁ ଏହି ଅଭିଯାନ ଶୁଭାରମ୍ଭ କରିବା ନେଇ ସୂଚନା ଦିଆଯାଇଛି। ସମ୍ମିଳନୀରେ ଫାଉଣ୍ଡେସନର ସମ୍ପାଦକ ଜଗନ୍ନାଥ ପ୍ରଧାନ ଓ ଡକ୍ଟର ଶ୍ୱେତା ସିଂ ରାଏ ପ୍ରକାଶ କରିଥିଲେ ଯେ,ଜେବି ଆର୍ ହସ୍ପିଟାଲ ସହାୟତାରେ ଆମ ଫାଉଣ୍ଡେସନ ସାଧାରଣ ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି, ଆବଶ୍ୟକ ସ୍ୱାସ୍ଥ୍ୟ ପରାମର୍ଶ ଓ ବିଭିନ୍ନ ସାମାଜିକ କଲ୍ୟାଣମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ସେବା ପହଞ୍ଚାଇବାକୁ ଫାଉଣ୍ଡେସନ ପ୍ରତିବଦ୍ଧ। ଆସନ୍ତା ଦିନରେ ତାଳଚେର ନିର୍ବାଚନରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ଜନହିତକର କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସୂଚନା ଦେଇଥିଲେ।



