ଶ୍ରୀ ତେଗ ବାହାଦୁର ଜୀଙ୍କ ଶହୀଦ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଜେ ବି ଏନ, ୧୯/୧୨/୨୦୨୦, ନୂଆଦିଲ୍ଲୀ : ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କ ଶହୀଦ ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କ ଜୀବନ ସାହସ ଏବଂ କରୁଣାର ଉଦାହରଣ ହୋଇଯାଇଛି ।
ତାଙ୍କ ଶହୀଦ ଦିବସରେ ମୁଁ ମହାନ ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କୁ ନତମସ୍ତକ ହୋଇ ପ୍ରଣାମ କରୁଛି ଏବଂ ଏକ ନ୍ୟାୟପୂର୍ଣ୍ଣ ତଥା ସମାବେଶୀ ସମାଜ ଗଠନ ପାଇଁ ତାଙ୍କର ଦୂରଦୃଷ୍ଟିକୁ ମନେ ପକାଉଛି” ।



