:::ବିକାଶ ଖୋଜୁଛି ଭେଡେନ – ସିଂହେନ ପାଲି କେନାଲ ଆରଡି ରାସ୍ତା, କୁତ୍ରିମ ପୋଖରୀ, ଫେଳ ମାରିଛି ବିକାଶ ର ଧାରା ଓଡିଶା ସାରା::
:ବରଗଡ:୯/୮(ପବିତ୍ର ମେହେର) ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ଭେଡେନ – ସିଂହେନ ପାଲି ରାସ୍ତା କୁ ବିକାଶ କେବେ ଛୁଇଁବ l ଏଠି ନୂଆଁ ସରକାର ଙ୍କ “ବିକାଶ ର ଧାରା ଓଡ଼ିଶା ସାରା”ଫେଲ ମାରିଛି।ରାସ୍ତା ନାଁ ରେ ଅର୍ଥ ଆସି କାର୍ଯ୍ୟ ମଧ୍ୟ ହେଉଛି ସତ,ହେଲେ କାର୍ଯ୍ୟ କିଭଳି ହେଉଛି ତାହା ସାଧାରଣ ବେଶ୍ ଅନୁମେୟ।ଯାହା ରାସ୍ତା ର ଦୃଶ୍ୟ କୁ ଯିଏ ଦେଖିଲେ ସିଏ କହିବ।ରାସ୍ତାଟି କେନାଲ ତଥା ଆରଡି ବିଭାଗ ର ବଡ ବଡ ଅଧିକାରୀ ମାନଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଥିଲେ ହେଁ ରାସ୍ତାଟି ଏବେ କୃତ୍ରିମ ପୋଖରୀ ରେ ପରିଣତ ହୋଇସାରିଛି।ଏହି ରାସ୍ତାଟି ହଜାର ହଜାର ଗାଡ଼ି ମଟର,ଲୋକ ତଥା ସ୍କୁଲ କଲେଜ୍ ପିଲାଙ୍କ ଜୀବନ ରେଖା ସଦୃଶ ହୋଇଥିଲେ ହେଁ ନିଇତି ଛୋଟ ମୋଟ ଦୁର୍ଘଟଣା ମାନ ଘଟି ଖଣ୍ଡିଆ ଖାବରା ହେଉଥିବା ଲୋକେ କହନ୍ତି।ହେଲେ ଏଯାବତ୍ କାହାରି ଦୃଷ୍ଟି ପଡିନଥିବା ବେଳେ ସତେ ଯେମିତି ରାସ୍ତା ଟି କେଉଁ ଗୋଟେ ବଡ ଦୁର୍ଘଟଣା କୁ ଆମନ୍ତ୍ରଣ କରୁଛି ଯାହା ଆର ଡ଼ି ବିଭାଗ ର ଖେଳ ଲୋକଙ୍କ ପାଇଁ କାଳ ହୋଇଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଖାମ ଖିଆଲି ନିତୀ ଯୋଗୁଁ ଆଜି ଏ ଦୁର୍ଦଶା ବୋଲି ଜନ ମାନସରେ ଚର୍ଚ୍ଚା ଯୋର ଧରି ଥିବା ବେଳେ ତୁରନ୍ତ ଏଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତଥା ଲୋକଙ୍କ ସରକାର ଦୃଷ୍ଟି ଦେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣ ରେ ଦାବୀ ହେଉଛି।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-9-scaled.jpg)