ଅଗଷ୍ଟ ୧୭ ରୁ ୩୧ ପର୍ଯ୍ୟନ୍ତ ଚାଲିବ କୁଷ୍ଠ ରୋଗ ଚିହ୍ନଟ ଅଭିଯାନ: ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ

ଅନୁଗୋଳ, ୧୩.୦୮ : “କୁଷ୍ଠ ମୁକ୍ତ ଭାରତ” ଗଠନ ଲକ୍ଷ୍ୟ ନେଇ ଆସନ୍ତା ଅଗଷ୍ଟ ମାସ ୧୭ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ “କୁଷ୍ଠ ରୋଗ ଚିହ୍ନଟ ଅଭିଯାନ” ପରିଚାଳିତ ହେବ। ଏହି ଅଭିଯାନର ସଫଳ କାର୍ଯ୍ୟକାରିତା ପାଇଁ ଜିଲ୍ଲାପାଳ ଶ୍ରୀ ଅବ୍ଦାଲ୍ ମୁହମ୍ମଦ୍ ଅଖ୍ତରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠଠାରେ ଏକ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୧୭ ତାରିଖରୁ ସମସ୍ତ ବ୍ଲକରେ ଆଶାକର୍ମୀମାନେ ଘରକୁ ଘର ଯାଇ ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ ଏବଂ କୁଷ୍ଠ ରୋଗ ସନ୍ଦେହ ଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବେ ବୋଲି ବୈଠକରେ ସ୍ଥିର କରାଯାଇଛି। ଚିହ୍ନଟ ହୋଇଥିବା ବ୍ୟକ୍ତିମାନଙ୍କୁ ୩ ଦିନ ମଧ୍ୟରେ ଅଭିଜ୍ଞ ଡାକ୍ତର ଙ୍କ ଦ୍ଵାରା ପରୀକ୍ଷା କରାଯାଇ କୁଷ୍ଠ ରୋଗରେ ଆକ୍ରାନ୍ତ ନିଶ୍ଚିତ ହୋଇଥିବା ବ୍ୟକ୍ତି ମାନଙ୍କୁ ଏମ. ଡି. ଟି ଦ୍ୱାରା ମାଗଣାରେ ଚିକିତ୍ସା କରାଯିବ । ଏହି ବୈଠକରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼. ମନୋଜ କୁମାର ତ୍ରିପାଠୀ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଭି.ବି.ଡି.) ଡ଼. ପୂର୍ଣ୍ଣିମା ଉଦଗାତା, ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀମତୀ ଲୋପାମୁଦ୍ରା ପଟ୍ଟନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପୁଷ୍ପାଞ୍ଜଳି ଶତପଥୀ, WHO ଡ଼. ଶ୍ୟାମବନ୍ଧୁ ରଥଙ୍କ ସମେତ ବ୍ଲକ ଜନସ୍ୱାସ୍ଥ୍ୟ ଅଧିକାରୀ, କୁଷ୍ଠ ରୋଗ ନିବାରଣ ବିଭାଗର କର୍ମଚାରୀପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ଲେପ୍ରସି ପରାମର୍ଶଦାତା ଡ଼. ସୂର୍ଯ୍ୟ ନାରାୟଣ ଦତ୍ତ ଓ ADPHCO ପୁଷ୍ପଲତା ପ୍ରଧାନ ବୈଠକଟିକୁ ସୁଚାରୁରୂପେ ପରିଚାଳନା କରିଥିଲେ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-12-scaled.jpg)


