ଢେଙ୍କାନାଳରେ ସ୍ବାଧୀନତା ଦିବସ ପାଇଁ ତ୍ରିରଙ୍ଗାର ପସରା
୮୦ତମ ସ୍ବାଧୀନତା ଦିବସକୁ ଆଉ ମାତ୍ର କିଛି ଦିନ। ଦେଶପ୍ରେମର ଭାବନାରେ ଉତ୍ସବମୁଖର ହେବାକୁ ଯାଉଛି ଢେଙ୍କାନାଳ ସହର। ସହରର ବିଭିନ୍ନ ବଜାର ଓ ଛକରେ ଲାଗିଛି ତ୍ରିରଙ୍ଗା ପତାକାର ଦୋକାନ।
ଜବାହର ଚୌକ ଅଞ୍ଚଳର ପାତ୍ର ବୁକ୍ ଷ୍ଟୋରରେ ମଧ୍ୟ ବିଭିନ୍ନ ଆକାର ଓ ଡିଜାଇନ୍ର ତ୍ରିରଙ୍ଗା ପତାକା ବିକ୍ରି ହେଉଛି। ଦୋକାନ ମାଲିକଙ୍କ କହିବା ଅନୁଯାୟୀ, ୫ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ପତାକା ଉପଲବ୍ଧ ରହିଛି।
ବିଶେଷକରି ପିଲାମାନଙ୍କ ପାଇଁ ରହିଛି ଆକର୍ଷଣୀୟ ଡିଜାଇନ୍ର ଛୋଟ ଛୋଟ ତ୍ରିରଙ୍ଗା। ହାତରେ ଧରିବା ପତାକାଠାରୁ ଆରମ୍ଭ କରି ଘର, ଦୋକାନ ଓ ଅନୁଷ୍ଠାନ ସଜାଇବା ପାଇଁ ବଡ଼ ପତାକା ପର୍ଯ୍ୟନ୍ତ କିଣିବାକୁ ଲୋକଙ୍କ ଭିଡ଼ ଜମୁଛି।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-12-scaled.jpg)


