ସ୍ୱାଧୀନତା ଦିବସରେ ବୃକ୍ଷରୋପଣ: ଦେଶପ୍ରେମ ସହ ପରିବେଶ ସୁରକ୍ଷାର ବାର୍ତ୍ତା
ତାଳଚେର: ଦେଶର ୮୦ତମ ସ୍ୱାଧୀନତା ଦିବସ ଅବସରରେ ତାଳଚେର ବ୍ଲକ ଅନ୍ତର୍ଗତ ସାଉଥ୍ ବଲଣ୍ଡା ନିକଟସ୍ଥ ପଡ଼ିଆରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଉତ୍ସାହର ସହ ଆୟୋଜିତ ହୋଇଥିଲା। ୨୦୨୬ରେ ଭାରତ ୮୦ତମ ସ୍ୱାଧୀନତା ଦିବସ ପାଳନ କରୁଛି।
ଦେଶପ୍ରେମର ଭାବନା ସହ ପରିବେଶ ସୁରକ୍ଷାର ସନ୍ଦେଶ ଦେବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ସନାତନ କର, ନରେଶ ଚନ୍ଦ୍ର ଶ୍ୱାଇଁ, ମାନସ ପ୍ରଧାନ, ରମେଶ ଚନ୍ଦ୍ର ସାହୁ, ମହେଶ୍ୱର ସାହୁ, ଛବି ସାହୁଙ୍କ ସମେତ ବହୁ ସମାଜସେବୀ ଯୋଗଦେଇଥିଲେ।
ଉପସ୍ଥିତ ସମାଜସେବୀ ଓ ଅଞ୍ଚଳବାସୀମାନେ ବିଭିନ୍ନ ପ୍ରକାରର ଚାରା ରୋପଣ କରିବା ସହ ଗଛଗୁଡ଼ିକର ଯତ୍ନ ନେବା ଏବଂ ପରିବେଶକୁ ସବୁଜ ଓ ସୁସ୍ଥ ରଖିବା ପାଇଁ ଆହ୍ୱାନ ଦେଇଥିଲେ। ସ୍ୱାଧୀନତା ଦିବସକୁ କେବଳ ଉତ୍ସବ ଭାବେ ନୁହେଁ, ସମାଜ ଓ ପରିବେଶ ପ୍ରତି ଦାୟିତ୍ୱବୋଧର ଦିନ ଭାବେ ପାଳନ କରିବାର ଏହି ପ୍ରୟାସକୁ ସ୍ଥାନୀୟ ମହଲରେ ପ୍ରଶଂସା କରାଯାଇଛି।
ତାଳଚେରରୁ ସନାତନ କରଙ୍କ ରିପୋର୍ଟ।



