ଜିନ୍ଦଲ ଷ୍ଟିଲ୍ ଅନୁଗୋଳରେ ରାଷ୍ଟ୍ର ନିର୍ମାଣର ପ୍ରତିବଦ୍ଧତା ସହ ୮୦ତମ ସ୍ୱାଧୀନତା ଦିବସ ପାଳିତ
• ଜିନ୍ଦଲ ଷ୍ଟିଲ୍ କେବଳ ଇସ୍ପାତ ଉତ୍ପାଦନ କରୁନାହିଁ; ଆମେ ଏକ ସଶକ୍ତ ଭାରତ ଗଠନରେ ଯୋଗଦାନ ଦେଉଛୁ: ନବୀନ ଜିନ୍ଦଲ
ଅନୁଗୋଳ, ଅଗଷ୍ଟ ୧୫: ରାଷ୍ଟ୍ର ନିର୍ମାଣ ଏବଂ ଏକ ସଶକ୍ତ, ଆତ୍ମନିର୍ଭର ଭାରତର ସ୍ୱପ୍ନ ପ୍ରତି ନିଜର ପ୍ରତିବଦ୍ଧତାକୁ ପୁନଃ ସୁଦୃଢ଼ କରି ଜିନ୍ଦଲ ଷ୍ଟିଲ୍ ଅନୁଗୁଳସ୍ଥିତ ଇସ୍ପାତ କାରଖାନାରେ ପତାକା ଉତ୍ତୋଳନ ସମାରୋହ ଏବଂ ବିଭିନ୍ନ ଦେଶାତ୍ମବୋଧକ କାର୍ଯ୍ୟକ୍ରମ ସହ ୮୦ତମ ସ୍ୱାଧୀନତା ଦିବସ ପାଳନ କରିଛି।
ଜିନ୍ଦଲ ଷ୍ଟିଲ୍ର ମୁଖ୍ୟ ପରିଚାଳନା ଅଧିକାରୀ (ସିଓଓ) ଶ୍ରୀ ରାଜୀବ କୁମାର ଜିନ୍ଦଲ ନଗରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ କମ୍ପାନୀର ବରିଷ୍ଠ ନେତୃତ୍ୱ, କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗ, ସ୍କୁଲ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ସମୁଦାୟର ସଦସ୍ୟମାନେ ଉପସ୍ଥିତ ଥିଲେ।
ମାନ୍ୟବର ସାଂସଦ ସଦସ୍ୟ ତଥା ଜିନ୍ଦଲ ଷ୍ଟିଲର ଅଧ୍ୟକ୍ଷ ଶ୍ରୀଯୁକ୍ତ ନବୀନ ଜିନ୍ଦଲ ଏକ ବାର୍ତ୍ତାରେ କହିଛନ୍ତି, “ଆମେ ସ୍ୱାଧୀନତା ଦିବସ ପାଳନ କରୁଥିବା ସମୟରେ, ଆମେ ରାଷ୍ଟ୍ର ନିର୍ମାଣ ଏବଂ ଏକ ସଶକ୍ତ, ଆତ୍ମନିର୍ଭରଶୀଳ ଭାରତ ପ୍ରତି ଆମର ପ୍ରତିବଦ୍ଧତାକୁ ପୁନଃସ୍ଥାପନ କରୁଛୁ। ଆମର ଦୃଷ୍ଟିକୋଣ ଏବଂ ଆମର ପ୍ରତିଷ୍ଠାତା ଅଧ୍ୟକ୍ଷ ଶ୍ରୀଯୁକ୍ତ ଓ.ପି. ଜିନ୍ଦଲଙ୍କ ମୂଲ୍ୟବୋଧରେ ଅନୁପ୍ରାଣିତ ହୋଇ, ଜିନ୍ଦଲ ଷ୍ଟିଲ କେବଳ ଇସ୍ପାତ ଉତ୍ପାଦନ କରୁନାହିଁ; ଆମେ ଏକ ସଶକ୍ତ ଭାରତର ଗଠନରେ ଯୋଗଦାନ ଦେଉଛୁ।”
ସେ ସ୍ୱାଧୀନତା ସଂଗ୍ରାମୀ ଏବଂ ସହିଦମାନଙ୍କୁ ମଧ୍ୟ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ, ଯାହାଙ୍କ ବଳିଦାନ ଏବଂ ଅଟଳ ସଂକଳ୍ପ ଭାରତର ସ୍ୱାଧୀନତା ପାଇଁ ପଥ ପ୍ରଶସ୍ତ କରିଥିଲା।
ଜାତୀୟ ପତାକା ସମ୍ପର୍କରେ ନାଗରିକମାନଙ୍କୁ ଆହ୍ୱାନ ଜଣାଇ ଶ୍ରୀ ଜିନ୍ଦଲ କହିଥିଲେ, “ଆସନ୍ତୁ, ତ୍ରିରଙ୍ଗାରୁ ପ୍ରେରଣା ନେଇ ଅତ୍ୟନ୍ତ ସଚ୍ଚୋଟତା ଓ ନିଷ୍ଠାର ସହ ଆମର କର୍ତ୍ତବ୍ୟ ସମ୍ପାଦନ କରିବା ଏବଂ ଆମ ସ୍ୱପ୍ନର ‘ବିକଶିତ ଭାରତ’ ଗଢ଼ିବାରେ ଅବଦାନ ରଖିବା। ଦେଶର ଏହି ପବିତ୍ର ପ୍ରତୀକ ତ୍ରିରଙ୍ଗାକୁ କେବଳ ଅଗଷ୍ଟ ୧୫ କିମ୍ବା ଜାନୁଆରୀ ୨୬ରେ ସୀମିତ ରଖନ୍ତୁ ନାହିଁ। ଏହାକୁ ପ୍ରତିଦିନ ସମ୍ମାନର ସହ ପ୍ରଦର୍ଶନ କରନ୍ତୁ।”
ଓ.ପି. ଜିନ୍ଦଲ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ ଦେଶାତ୍ମବୋଧକ କାର୍ଯ୍ୟକ୍ରମ ଉତ୍ସବକୁ ଆହୁରି ଜୀବନ୍ତ କରିଥିଲା। ସେମାନଙ୍କ ପ୍ରଦର୍ଶନ ଉପସ୍ଥିତ ଦର୍ଶକମାନଙ୍କୁ ମୁଗ୍ଧ କରିବା ସହ ଜାତୀୟ ଗର୍ବ ଓ ଦେଶପ୍ରେମର ଭାବନାକୁ ପ୍ରତିଫଳିତ କରିଥିଲା।

ଏହି କାର୍ଯ୍ୟକ୍ରମରେ ଆଇରନ୍ ଜୋନ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଦାମୋଦର ମିତ୍ତଲ, ସ୍ୱତନ୍ତ୍ର ପ୍ରକଳ୍ପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ହୃଦୟେଶ୍ୱର ଝା, ଯୋଗଗୁରୁ ସ୍ୱାମୀ ସତ୍ୟବିନ୍ଦୁ ସରସ୍ୱତୀ, ବରିଷ୍ଠ ବିଭାଗୀୟ ମୁଖ୍ୟ, କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗ, ସ୍କୁଲ ଛାତ୍ରଛାତ୍ରୀ ଏବଂ ସମୁଦାୟର ସଦସ୍ୟମାନେ ଯୋଗ ଦେଇଥିଲେ।
ନିଜ ଅଭିଭାଷଣରେ ଶ୍ରୀ ମିତ୍ତଲ କହିଥିଲେ ଯେ, କର୍ମଚାରୀ, ସଂଗଠନ ଏବଂ ପରିବେଶର ସୁରକ୍ଷା ପାଇଁ, ପରିଚାଳନାର ପ୍ରତ୍ୟେକ କ୍ଷେତ୍ରରେ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ଏଥିସହ ସେ ଭାରତର ଅଧିକ ସମୃଦ୍ଧିର ଯାତ୍ରାରେ ସମସ୍ତଙ୍କୁ ନିଜର ଯୋଗଦାନ ଦେବାକୁ ଆହ୍ୱାନ କରିଥିଲେ।
ସ୍ୱାଧୀନତା ଦିବସର ଉତ୍ସାହକୁ କାରଖାନା ପରିସର ବାହାରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଜିନ୍ଦଲ ଷ୍ଟିଲ୍ର ସାମାଜିକ ଶାଖା ଜିନ୍ଦଲ ଫାଉଣ୍ଡେସନ୍, ଏହାର ଅଧ୍ୟକ୍ଷା ଶ୍ରୀମତୀ ଶଲ୍ଲୁ ଜିନ୍ଦଲଙ୍କ ନେତୃତ୍ୱରେ ଅନୁଗୁଳ ଜିଲ୍ଲାର ବିଭିନ୍ନ ସମୁଦାୟ ନିକଟରେ ପହଞ୍ଚିଥିଲା। ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଯୁବକ ସଂଘରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିବା ବେଳେ ୧୭ଟି ପଞ୍ଚାୟତ ଅଧୀନରେ ଥିବା ୧୨୦ଟି ସ୍କୁଲ ଏବଂ ୫୬ଟି ଅଙ୍ଗନବାଡ଼ି କେନ୍ଦ୍ରରେ ୭୦,୦୦୦ରୁ ଅଧିକ ପ୍ୟାକେଟ୍ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।
ଏହି ସମସ୍ତ ପଦକ୍ଷେପ ଶିଳ୍ପ ବିକାଶକୁ ସାମାଜିକ ଦାୟିତ୍ୱ, ସମୁଦାୟ ସହଭାଗିତା ଏବଂ ସମାବେଶୀ ବିକାଶ ସହ ଯୋଡ଼ିବା ପ୍ରତି ଜିନ୍ଦଲ ଷ୍ଟିଲ୍ର ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ନିଜର ଶିଳ୍ପ କାର୍ଯ୍ୟକଳାପ ଓ ସାମାଜିକ ପଦକ୍ଷେପ ମାଧ୍ୟମରେ କମ୍ପାନୀ ଦେଶର ପ୍ରଗତି ଏବଂ ଏକ ସାମୂହିକ ‘ବିକଶିତ ଭାରତ’ର ସ୍ୱପ୍ନ ପୂରଣରେ ନିଜର ଅବଦାନ ଜାରି ରଖିବାକୁ ପ୍ରତିବଦ୍ଧ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-13-scaled.jpg)


