ପୁରୁଷୋତ୍ତମ ହାଇସ୍କୁଲ ରୁଚିଦାରେ ସ୍ବାଧୀନତା ଦିବସ ପାଳିତ:
ବରଗଡ:୧୫/୮(ପବିତ୍ର ମେହେର) ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମ ହାଇସ୍କୁଲ ରୁଚିଦାରେ ୮୦ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ମେହେର ଜାତୀୟ ପତାକା ଉତ୍ତୋଳନ କରି ସମସ୍ତଙ୍କୁ ସ୍ଵାଧୀନତାର ବାର୍ତ୍ତା ଦେଇଥିଲେ।ଏକ ଶୋଭାଯାତ୍ରାରେ ବାହାରି ବିଦ୍ୟାଳୟର ଷ୍ଟୁଡେଣ୍ଟ୍ ପୋଲିସ୍ କ୍ୟାଡେଟ, ସ୍କାଉଟ୍, ଜୁନିଅର୍ ରେଡକ୍ରସଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଗ୍ରାମ ପରିକ୍ରମା କରିଥିଲେ।ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସୁନୀଲ କୁମାର ପଧାନ,ସରପଞ୍ଚ ଶ୍ରୀମତି ଚନ୍ଦ୍ରକଳା ଦେହେରୀ ଅତିଥି ତଥା ଗ୍ରାମର ବିଶିଷ୍ଟ ବ୍ୟକ୍ତି,ପୂର୍ବତନ ଛାତ୍ରଛାତ୍ରୀ ଓ ଅଭିଭାବକ ଏହି ସ୍ଵାଧୀନତା ଦିବସ ପାଳନରେ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଇଥିଲା।ପରିଚାଳନାରେ ଶିକ୍ଷକ ବଳରାମ ରଣା, ସୁବୋଧଭୋଇ, ହରବଲ୍ଲଭ ପ୍ରଧାନ,ପ୍ରଭାତ କୁମାର ନାୟକ, ତରଣୀସେନ୍ ପଧାନ,ଶିକ୍ଷୟିତ୍ରୀ ରୀନା କୁମାରୀ ମେହେର,ମେନକା ସୁନା,ମେନକା ମେହେର, ତନୟା ଡନସନା, ସବିତା ଦେହେରୀ ଓ ଅନିତା ମିର୍ଦ୍ଧା ସକ୍ରିୟ ସହଯୋଗ କରିଥିଲେ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-13-scaled.jpg)


