ତାଳଚେର ଉପଖଣ୍ଡରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ
ତାଳଚେର, ୧୫/୦୮/୨୦୨୬:
ତାଳଚେର ଉପଖଣ୍ଡ ସଦର ମହକୁମାରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଉତ୍ସାହ, ଉଦ୍ଦୀପନା ଓ ଗରିମାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ତାଳଚେର କଲେଜ ପଡ଼ିଆରେ ସକାଳ ୯ଟା ୧୫ ମିନିଟ୍ ସମୟରେ ମାନ୍ୟବର ଉପଜିଲ୍ଲାପାଳ ଶ୍ରୀ ଆଶିଷ ରଞ୍ଜନ ସାହୁ, ଓ.ପ୍ରେ.ସେ. ଜାତୀୟ ପତାକା ଉତ୍ତୋଳନ କରି ପାରେଡ୍ ଅଭିବାଦନ ଗ୍ରହଣ କରିଥିଲେ।
ତାଳଚେର ବିବେକାନନ୍ଦ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ଜାତୀୟ ସଙ୍ଗୀତ ପରିବେଷଣ କରାଯାଇ ଜାତୀୟ ପତାକାକୁ ସମ୍ମାନ ପ୍ରଦର୍ଶନ କରାଯାଇଥିଲା। ମୁଖ୍ୟ ଅତିଥି ମାନ୍ୟବର ଉପଜିଲ୍ଲାପାଳ ଉପସ୍ଥିତ ସମସ୍ତଙ୍କୁ ୮୦ତମ ସ୍ୱାଧୀନତା ଦିବସର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।
ଏହି ଅବସରରେ “ତାଳଚେର ଗର୍ବ–ଗୌରବ ସମ୍ମାନ–୨୦୨୬” ଅନ୍ତର୍ଗତ ତାଳଚେର ଅଞ୍ଚଳର ଶ୍ରେଷ୍ଠ ଶିକ୍ଷକ, ଶ୍ରେଷ୍ଠ ଶିକ୍ଷୟିତ୍ରୀ, ସହାୟକ ଗୋଷ୍ଠୀ, ଅଙ୍ଗନବାଡ଼ି କର୍ମୀ, ତାଳଚେର ଓ କଣିହାଁ ବ୍ଲକର ଜାତୀୟ ସ୍ତରରେ ସଫଳ କ୍ରୀଡ଼ାବିତ୍ ଏବଂ ସମାଜସେବୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଭିନ୍ନ ବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।
ଏହା ସହିତ ତାଳଚେର ମଣ୍ଡାପାଳ ମେଡିକାଲରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯିବା ସହ କାରାଗାରରେ ଅନ୍ତେବାସୀମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ସନ୍ଧ୍ୟାରେ ‘ବର୍ଣ୍ଣାଳୀ’ ଅନୁଷ୍ଠାନ ପକ୍ଷରୁ ପଞ୍ଚାୟତ ସଭାଗୃହରେ କବିତା ପାଠ ଉତ୍ସବ ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ଭରତ ଚରଣ ସାହୁ, ବିଭିନ୍ନ ଥାନାର ଭାରପ୍ରାପ୍ତ ଅଧିକାରୀ, ଡେପୁଟି କଲେକ୍ଟର ଶ୍ରୀ ମାନସ ମୋହନ ସେଠ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ବରାଳ, ତାଳଚେର ତହସିଲଦାର ଶ୍ରୀ ଅଲଫା ଜେନା, ଭାରପ୍ରାପ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାଳନ୍ଦୀ ସାହୁ, ଶ୍ରୀ ରାକେଶ ସେଠୀ, ଶ୍ରୀ ପପୁ ବେହେରାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ, ସ୍ୱେଚ୍ଛାସେବୀ, ଗଣମାଧ୍ୟମ ପ୍ରତିନିଧି ଏବଂ ବହୁ ସଂଖ୍ୟକ ତାଳଚେରବାସୀ ଉପସ୍ଥିତ ଥିଲେ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-13-scaled.jpg)


