ଗଡ଼ସ ପାୱାର ଏଣ୍ଡ ବ୍ଲେ୍ସୀଙ୍ଗସ ମିନିଷ୍ଟ୍ରି ପକ୍ଷରୁ ସ୍ୱାଧୀନତା ଦିବସ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ

କୁଚିଣ୍ଡା,16/8
କୁଚିଣ୍ଡା ବ୍ଲକ ବକ୍ସମା ଗ୍ରାମ ପଞ୍ଚାୟତ ବି ଜମନକିରା ସ୍ଥିତ ଗୋଡ଼ସ ପାୱାର ଏଣ୍ଡ ବ୍ଲେସ୍ସୀଙ୍ଗସ ମିନିଷ୍ଟ୍ରି ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ୮୦ ତମ ସ୍ୱାଧୀନତା ଦିବସ ସମାରୋହ ପାଳିତ ହୋଇ ଯାଇଅଛି ।ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ସଭାପତି ପ୍ରମୋଦ ରୋହିଦାସ ସଭାପତିତ୍ୱ କରିଥିବା ବେଳେ ଉପଦେଷ୍ଟା ବିମଲ ମେହେର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ, ଏଥିରେ ବିଶିଷ୍ଟ ସମାଜ ସେବି ଓ ଅବସର ପ୍ରାପ୍ତ କଲେଜ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।ସେ ତାଙ୍କ ବକ୍ତବ୍ୟ ରେ ସମ୍ବିଧାନ ର ଥିବା ନାଗରିକ ଙ୍କ ଅଧିକାର ଓ କର୍ତବ୍ୟ ସମ୍ପର୍କରେ ଉଦବୋଧନ ଦେଇ ଥିଲେ, ଏହା ପରେ ଅନୁଷ୍ଠାନ ପକ୍ଷରୁ କୁମୁରାଗୁଡା ଅଙ୍ଗନବାଡି କେନ୍ଦ୍ର ଠାରେ ବିଭିନ୍ନ ପ୍ରକାରର ଫଳ ଚାରା ରୋପଣ କରା ଯାଇ ଥିଲା ।ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ସଞ୍ଜୟ କୁମାର ମିଶ୍ର, କୁଚିଣ୍ଡା ର ପୂର୍ବତନ ବ୍ଲକ ଅଧ୍ୟକ୍ଷ କରୁଣାକର କିସାନ, ନାଏବ ସରପଞ୍ଚ ଉଷା ବାହାଲା, ଆଇନଜିବୀ ଶାନ୍ତନୁ କାଲୋ, ଅଙ୍ଗନୱାଡି କର୍ମୀ ସୁମିତ୍ରା କାକ, ପ୍ରମୁଖ ଯୋଗ ଦେଇ ଥିଲେ ।


ସମ୍ବଲପୁର ରୁ ନରେନ୍ଦ୍ର ସାହୁ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନୀଉଜ୍।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-13-scaled.jpg)


