ଟାଟା ଷ୍ଟିଲ୍ ମେରାମଣ୍ଡଳୀରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ମେରାମଣ୍ଡଳୀ, ଅଗଷ୍ଟ ୧୬, ୨୦୨୬: ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଶନିବାର ପ୍ଲାଣ୍ଟ ଅଫିସ୍ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ୮୦ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି।
ଟାଟା ଷ୍ଟିଲ୍ର ଚିଫ୍ ସେଫ୍ଟି, ଓଡ଼ିଶା ଶ୍ରୀ ବିଳାସ ଗାଏକୱାଡ୍ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଟାଟା ଷ୍ଟିଲ୍ ମେରାମଣ୍ଡଳୀର ହେଡ୍ ସିକ୍ୟୁରିଟି ଶ୍ରୀ ମୁକୁଲ କୁମାରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଉତ୍ସବ ଅବସରରେ ସୁରକ୍ଷା ବାହିନୀ ପକ୍ଷରୁ ପ୍ରଦର୍ଶିତ ଚିତ୍ତାକର୍ଷକ ପ୍ୟାରେଡ୍ ଓ ଡ୍ରିଲ୍ ଉପସ୍ଥିତ ଅତିଥି ଓ ଅଧିକାରୀମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। କାର୍ଯ୍ୟକ୍ରମ ଶେଷରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ସୁରକ୍ଷା ଓ ଅଗ୍ନି ନିରାପତ୍ତା କର୍ମଚାରୀମାନଙ୍କୁ ସମ୍ମାନିତ କରାଯାଇଥିଲା।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-13-scaled.jpg)

