କଟକ କଂଗ୍ରେସରେ ମିଶ୍ରଣ ପର୍ବ, ଦଳରେ ସାମିଲ ହେଲେ ପୂର୍ବତନ ବିଜେପି କର୍ପୋରେଟର
କଟକ: କଟକ ରାଜନୀତିରେ ଏକ ନୂଆ ଚର୍ଚ୍ଚାକୁ ନେଇ କଂଗ୍ରେସ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଆୟୋଜିତ ହୋଇଛି। ଏହି ଅବସରରେ ବିଜେପିର ଜଣେ ପୂର୍ବତନ କର୍ପୋରେଟର କଂଗ୍ରେସରେ ସାମିଲ ହୋଇଛନ୍ତି।
କଂଗ୍ରେସ ନେତା ମାନସ ଚୌଧୁରୀ ଏବଂ ମହାନଗର ନିଗମର କଂଗ୍ରେସ କର୍ପୋରେଟରମାନଙ୍କ ଉପସ୍ଥିତିରେ ଏହି ଦଳବଦଳ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ନୂତନ ଭାବେ ଦଳରେ ଯୋଗଦେଇଥିବା ନେତାଙ୍କୁ କଂଗ୍ରେସ ପକ୍ଷରୁ ସ୍ୱାଗତ କରାଯାଇଥିଲା।
ପୂର୍ବତନ ବିଜେପି କର୍ପୋରେଟରଙ୍କ କଂଗ୍ରେସରେ ଯୋଗଦାନକୁ ନେଇ କଟକ ମହାନଗର ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଯୋଗଦାନ ଆଗାମୀ ଦିନରେ କଂଗ୍ରେସର ସଂଗଠନକୁ କେତେ ମଜବୁତ କରିବ, ତାହା ଉପରେ ନଜର ରହିଛି।



