ଅମୁର୍ଲାପଦର ହଂଶ୍ରେଲ୍ ନାଳରୁ ପାଣି ଉଠାଇ ନାଗ ବମ୍ ଭକ୍ତ ପହଞ୍ଚିଲେ ଜଳେଶ୍ୱର ମନ୍ଦିର
ଗୋଲାମୁଣ୍ଡା :- ୧୭/୮/୨୦୨୬ ( ଯୁଦ୍ଧ କ୍ଷେତ୍ର ରିପୋର୍ଟ : ସନ୍ତୋଷ କୁମାର ମାଝୀ ) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ନକଟିକାନୀ ଗ୍ରାମପଞ୍ଚାୟତ ଅଧୀନରେ ଥିବା ଅମୁର୍ଲା ପଦର ଗ୍ରାମରେ ଦେଖିବାକୁ ମିଳିଛି ବୋଲବମ୍ ଭକ୍ତ ଙ୍କ ନାଗ ବମ୍ ପ୍ରଦର୍ଶନ, ଅମୁର୍ଲା ପଦର ଗ୍ରାମର ହଂଶ୍ରେଲ୍ ନାଳା ରୁ ପାଣି ଉଠାଣ କରି ନାଗ ବମ୍ ପ୍ରଦର୍ଶନ କରି ନାଗ ସଦୃଶ୍ୟ ଭାବରେ ଭକ୍ତିମୟ ମନଭାବ ନେଇ ଗୁରୁଣ୍ଡି ଗୁରୁଣ୍ଡି ସ୍ଥାନୀୟ ଜଳେଶ୍ୱର ମନ୍ଦିର ଅଭିମୁଖେ ବାହାରି ପଡ଼ିଥିଲେ,ଗ୍ରାମର ଶହ ଶହ ପୁରୁଷ ଓ ମହିଳା ତଥା ଶିବ ଭକ୍ତ ଙ୍କ ଶଙ୍ଖ ଘଣ୍ଟ ହୁଳହୁଳି କରତାଳିରେ କମ୍ପନ ସୃଷ୍ଟି ହୋଇଛି ଅମୁର୍ଲା ପଦର ପବିତ୍ର ଭୂମି, ମହିଳା ମାନେ ନାଗ ବମ୍ ଯାଉଥିବା ରାସ୍ତା କଡରେ କିଏ ପାଣି ଛିଞ୍ଚନ କରୁଥାଏ ତୋ କିଏ ନିମ୍ବ ପତ୍ର ଦେଉଥାଏ, ଲୋକଙ୍କ ଉତ୍ସାହ ରେ ନାଗ ବମ ଭକ୍ତ ପହଞ୍ଚିଲେ ବାବା ଜଳେଶ୍ୱର ମଦିର ପ୍ରାଙ୍ଗଣରେ,ଏବଂ ଭକ୍ତି ଭାବରେ ପାଣି ଢାଳି ଥିଲେ ନାଗ ବମ ଭକ୍ତ, ମନ୍ଦିର ସମ୍ମୁଖରେ ଭୋଗ ର ବ୍ୟବସ୍ଥା ଥିବାବେଳେ ସ୍ଥାନୀୟ ଶ୍ରଦ୍ଧାଳୁ ଶହ ଦୂରଦୂରାନ୍ତ ରୁ ଆସିଥିବା ସମସ୍ତ ଶ୍ରଦ୍ଧାଳୁ ଭୋଗ ସେବନ କରିଥିଲେ,୧୧୧ ଜଣ ବୋଲ ବମ ଭକ୍ତ ଙ୍କ ମୁଖ୍ୟ ବାବା ପରମେଶ୍ୱର ବଗର୍ତ୍ତି ମନ୍ତ୍ର ପାଠ ଉଚ୍ଚାରଣ କରିଥିବା ବେଳେ, ମନ୍ଦିର ପୂଜକ ଅଲେଖ ବଗର୍ତ୍ତି, ରିଖିରାମ ବଗର୍ତ୍ତି ଏବଂ ପିଲାଟି ବଗର୍ତ୍ତୀ ପୂଜାର୍ଚନା କରିଥିଲେ,ଶ୍ରୀଯୁକ୍ତ- ଅଭିରାମ ବଗର୍ତ୍ତୀ,ଶ୍ରୀ ଦୁର୍ଯୋଧନ ସୁନାନୀ,ଶ୍ରୀ ନିଅମ ମାଝୀ,ଶ୍ରୀ କପୁର୍ଚ୍ଚନ ମାଝୀ,ଶ୍ରୀ ଚୈତନ୍ୟ ରୋତୀ, ଶ୍ରୀ ଗୋରେଖ ରୋତି, ଶ୍ରୀ ମହେନ୍ଦ୍ର ନାଗ,ଶ୍ରୀ ଚିତ୍ରସେନ ମାଝୀ,ଶ୍ରୀ ଚିତ୍ରସେନ ବଗର୍ତ୍ତି,ଶ୍ରୀ ମହନ ମାଝୀ,ଶ୍ରୀମତୀ-ବୁଧ ବଗର୍ତ୍ତି,ଜୟମନି ବଗର୍ତ୍ତି,ବେଳମତି ବଗର୍ତ୍ତି,ଚନ୍ଦ୍ରିକା ବଗର୍ତ୍ତି,ଦିନି ବଗର୍ତ୍ତି ସମେତ ଗ୍ରାମର ସମସ୍ତ ଜନସାଧାରଣ ସହଯୋଗ କରିଥିଲେ



