ଜନତା ସରକାରୀ ହାଇସ୍କୁଲ ପକ୍ଷରୁ ହର ଘର ତିରଙ୍ଗା ଅଭିଯାନ:
ବରଗଡ:୧୮/୦୮(ପବିତ୍ର ମେହେର):ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ପି ଏମ୍ ଶ୍ରୀ ଜନତା ସରକାରୀ ହାଇସ୍କୁଲ ଭୁକ୍ତା ପକ୍ଷରୁ ଅଗଷ୍ଟ ମାସ ପ୍ରଥମ ପକ୍ଷରେ ହର ଘର ତିରଙ୍ଗା ଅଭିଯାନ ଅନୁଷ୍ଠିତ ହୋଇଯାଇଛି।ଏହି ଅଭିଯାନରେ ପକ୍ଷର ବିଭିନ୍ନ ଦିବସରେ ଜାତୀୟ ସଙ୍ଗୀତ,ଜାତୀୟ ପତାକା, ଜାତୀୟ ଗୀତ ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ମାନ ଜଣାଇ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରିବା ପାଇଁ ବିଭିନ୍ନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା।ପ୍ରଧାନ ଶିକ୍ଷକ ଦୁର୍ଗାପ୍ରସାଦ ନାୟକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଅଭିଯାନରେ ସାଧନ କର୍ମୀ ଭାବରେ ଯୋଗ ଦେଇ ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀ ସେମିନାରର ପ୍ରସଙ୍ଗ “ବିଭିନ୍ନତା ମଧ୍ୟରେ ଏକତା” ଉପରେ ଆଲୋଚନା କରିଥିଲେ।ଶିକ୍ଷାର୍ଥୀଙ୍କ ମଧ୍ୟରେ ରଙ୍ଗୋଲି, ପ୍ରବନ୍ଧ,କୁଇଜ୍, ଚିତ୍ରାଙ୍କନ,ତିରଙ୍ଗା ପ୍ରଦର୍ଶନୀ ଆଦି ପ୍ରତିଯୋଗିତା ସହ ସେମିନାର,ବନ୍ଦେ ମାତରଂ ଗାନ, ତିରଙ୍ଗା ଶୋଭାଯାତ୍ରା ଓ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା।ଅନ୍ତିମ ଦିବସରେ ପୁରସ୍କାର ବିତରଣୀ ସମାରୋହରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା।ଶିକ୍ଷକ ଆଶୁତୋଷ ଭୋଇ,ଈଶ୍ୱର ପଧାନ, ସୁବାସ ଚନ୍ଦ୍ର ଖମାରୀ,ଶ୍ରୀପତି ସାହୁ, ପ୍ରଶାନ୍ତ ମହାପାତ୍ର, ଶିକ୍ଷୟିତ୍ରୀ ରୋଜାଲିନ ଭୋଇ,ସୌଦାମିନୀ ବାରିକ, ରାଜକୁମାରୀ ଭୁଏ,ମନୋଜା ପଟେଲ,ଲକ୍ଷ୍ମୀବତୀ ଭୋଇ,ଚନ୍ଦ୍ରିକା ଦାଶ, ପୁଷ୍ପାଞ୍ଜଳି ପ୍ରଧାନ,ସରିତା ପଟେଲ,ସୈରେନ୍ଦ୍ରୀ ଦେହେରୀ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିବା ବେଳେ ପରିଚାଳନା କମିଟିର ସଦସ୍ୟ ଯୋଗଦାନ କରିଥିଲେ।



